ମହାଶିବରାତ୍ରୀ ଶୋଭାଯାତ୍ରାରେ ଅଘଟଣ: କରେଣ୍ଟ ଲାଗି ୧୪ ପିଲା ହସ୍ପିଟାଲରେ ଭର୍ତ୍ତି

add-all

ରାଜସ୍ଥାନର କୋଟାରେ ବଡ଼ ଅଘଟଣ ଘଟିଛି। ଆଜି ମହାଶିବରାତ୍ରୀ ପାଇଁ ପ୍ରୋସେସନ ବା ଶୋଭାଯାତ୍ରା ଚାଲିଥିବା ବେଳେ ୧୪ ଜଣ ପିଲା କରେଣ୍ଟ ମାଡ଼ର ଶିକାର ହୋଇଛନ୍ତି।

କରେଣ୍ଟ ମାଡ଼ରେ ଆହତ ହୋଇଥିବା ୧୪ ଜଣଙ୍କୁ ତୁରନ୍ତ ଶୋଭାଯାତ୍ରା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ହୀରାଲାଲ ନାଗର ସୂଚନା ଦେଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଛି ଯେ ପିଲାମାନଙ୍କୁ ସେମାନଙ୍କ ଅଭିଭାବକମାନେ କାନ୍ଧରେ ପକାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଦୌଡ଼ୁଛନ୍ତି। ଅଧିକାଂଶ ପିଲାଙ୍କ ଶରୀରରେ କରେଣ୍ଟ ମାଡ଼ ଯୋଗୁ କ୍ଷତି ଚିହ୍ନ ସୃଷ୍ଟି ହୋଇଛି। କିଛି ଅଂଶ ସଂପୂର୍ଣ୍ଣ ଭାବେ ପୋଡ଼ି ବି ଯାଇଛି।

ମନ୍ତ୍ରୀ ନାଗର କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ୨ ଜଣ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରର ୧୦୦% ପୋଡ଼ି ଯାଇଛି। ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ଓ କୌଣସି ନିୟମର ଉଲ୍ଲଙ୍ଘନ ହୋଇଛି କି ନାହିଁ, ତା’ର ଯାଞ୍ଚ ପାଇଁ ଅଧିକାରୀଙ୍କୁ କୁହାଯାଇଛି।”

କୁହାଯାଉଛି ଯେ ଶୋଭାଯାତ୍ରା ଚାଲିଥିବା ବେଳେ ଏଥିରେ ଅନେକ ପିଲା ସାମିଲ ହୋଇଥିଲେ। ଶୋଭାଯାତ୍ରା ଅତିକ୍ରମ କରୁଥିବା ରାସ୍ତା ଉପରେ ଥିବା ଉଚ୍ଚ ବିଦ୍ୟୁତ ତାର ଯୋଗୁ ଏପରି ଅଘଟଣ ଘଟିଛି। କିନ୍ତୁ ଏ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ।

ad-week
Leave A Reply

Your email address will not be published.