ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

add-all

ବାଲେଶ୍ବର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁଦର୍ଶନ ଜେନା।

ଶୁକ୍ରବାର ସମ୍ବାଦିକ ସମ୍ମିଳନୀରେ ଜେନା କହିଛନ୍ତି,ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। ଦଳରେ ଅମଲାତନ୍ତ୍ର ପ୍ରାଧାନ୍ୟ ବିସ୍ତାର କରୁଛି। ଶକ୍ତି କ୍ଷୁଧା ସାମ୍ପ୍ରଦାୟିକ ବିଜେପି ସହିତ ଚାଲିଥିବା ମିଳିତ ଆଲୋଚନା ମୋତେ ବିଚଳିତ କରିଛି। କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ। ବର୍ତ୍ତମାନ ବିଜେଡି ବିଜେପିର ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିଛି। ଯାହା ତାଙ୍କୁ ବ୍ୟଥିତ କରିଛି।

ପୂର୍ବତନ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ। ସୂଚନାଯୋଗ୍ୟ, ଶ୍ରୀ ଜେନା ଦୀର୍ଘ ବର୍ଷ ଧରି ଦଳରେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ୨୦୦୯ରେ ରେମୁଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ନିର୍ବାଚନରେ ବିଜେପିର ଗୋବିନ୍ଦା ଚନ୍ଦ୍ର ଦାସଙ୍କୁ ହରାଇଥିଲେ।

ad-week
Leave A Reply

Your email address will not be published.