ବିଧାୟକ ଚାପରେ ଚାପି ହୋଇଗଲେ ସମିତି ସଭ୍ୟ, ଶଙ୍ଖ ଛାଡ଼ି ହାତ ଧରିଲେ ପ୍ରଶାନ୍ତ

add-all

ରାଜନଗର : ସାରା ରାଜ୍ୟରେ ନିର୍ବାଚନ ଋତୁ ଆସୁଥିବା ବେଳେ ନିର୍ବାଚନ ବେଗୁଲୁ ବାଜିବା ଆରମ୍ଭ ହେଲାଣି ,ଏହି ପରିପ୍ରେକ୍ଷୀରେ ଦଳ ଢିଆଁ ପର୍ବ ରୀତିମତ ଚାଲୁରହିଛି, ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଜେଡ଼ି ସମର୍ଥିତ ବାଲିସାହି ପାଟଣା ସମିତି ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ରାଉତ ବିଜେଡ଼ି ରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ କଂଗେସ ରେ ଯୋଗ ଦେଇଛନ୍ତି ।ଶ୍ରୀ ରାଉତ ଆଜି ସାମ୍ବାଦିକ ସମ୍ମିଳନୀ ରେ ନିଜର ମତ ବ୍ୟକ୍ତ କରି କହିଛନ୍ତି ବିଜେଡିରୁ ସେ ଦୁଇ ଦୁଇ ଥର ସମିତି ସଭ୍ୟ ହେବା ସହ ବିଧାୟକ ଙ୍କ ର ଆଗ ଧାଡିର କର୍ମୀ ଥିଲେ । ଏହି ସମୟ ଭିତରେ ଦଳ ହାୱାରେ ନିଜ ପାଇଁ ବହୁତ କିଛି ଫାଇଦା ହାସଲ କରିନେଇଛନ୍ତି। ହେଲେ ଶ୍ରୀ ରାଉତ ଙ୍କୁ ଦଳରେ ପ୍ରାଧାନ୍ୟ ତଥା ସ୍ଵାଧୀନତା ଦିଆ ନ ଯାଇ ବିଧାୟକ ଙ୍କ ଚାପରେ ଚାପି ହୋଇ ଅଣନିଶ୍ବାସୀ ହୋଇପଡିଥିଲେ। ତେଣୁ ବାଧ୍ୟ ହୋଇ ବିଜେଡ଼ି ଛାଡ଼ିବା ଛଡ଼ା ତାଙ୍କ ପାଖରେ ଅନ୍ୟ ଉପାୟ ନଥିବାରୁ ଶ୍ରୀ ରାଉତ କଂଗ୍ରେସ ର ନେତୃତ୍ଵ ଉପରେ ଭରସା ରଖି ହାତ ଧରିବାକୁ ବାଧ୍ୟ ହେଲେ। ସେ କଂଗ୍ରେସରେ ରହି ସଂଗଠନ ପ୍ରତି ଗୁରୁତ୍ବ ଦେବେ ବୋଲି ସାମ୍ବାଦିକ ସମ୍ମୀଳନିରେ ମତ ପ୍ରକାଶ କରିଥିଲେ। ଅପର ପକ୍ଷରେ ସେ କହିଥିଲେ ଭବିଷ୍ୟତ ଆଶା ନେଇ ଦଳ ଯଦି ନିଷ୍ପତି ନିଏ ଦଳ ର ଆଦେଶ କୁ ମାନି ଜନ ସେବା କରିବାକୁ ବାଧ୍ୟ ହେବେ ପ୍ରଶାନ୍ତ ।ପ୍ରକାଶ ଥାଉକି ପ୍ରଶାନ୍ତ ରାଉତ 2014ମସିହାରେ କଙ୍ଗ୍ରେସ ଛାଡି ଵିଜେଡିରେ ମିଶିଥିଲେ ଆଗାମୀ ନିର୍ଵାଚନ କୁ ଆଖିଆଗରେ ରଖି ପୁନରାୟ ଘରଵାହୁଡା ହୋଇ କଂଗ୍ରେସରେ ଯୋଗଦେଇଛନ୍ତି।

ad-week
Leave A Reply

Your email address will not be published.