ଇବ୍ ନଦୀରୁ ମିଳିଲା ଦୁଇ ନାବାଳକଙ୍କ ସମେତ ତିନି ମୃତଦେହ

add-all

ସୁନ୍ଦରଗଡ଼: ଜନ୍ମଦିନରେ ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଆଜି ସକାଳୁ ୩ଟି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ଗତକାଲି ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)। ମହମ୍ମଦ ଫରାନ (୧୫) ପରିବାର ଲୋକଙ୍କ ସହ ବଣଭୋଜି କରିବାକୁ ସେମିନା ଘାଟକୁ ଆସିଥିଲେ। ସମସ୍ତେ ଖାଇସାରିବା ପରେ ପରିବାର ୨ ଭାଇ ମହମ୍ମଦ ଫରାନ ଓ ମହମ୍ମଦ ରିଜୱାନ ନଦୀକୁ ଗାଧୋଇବାକୁ ପଶିଥିଲେ। ହେଲେ ଚୋରା ବାଲିରେ ଦୁଇ ଭାଇଙ୍କ ଗୋଡ଼ ଫସି ଯାଇଥିଲା। ସେମାନେ ବୁଡ଼ିବାକୁ ଯାଉଥିବାବେଳେ ଆର୍ତ୍ତ ଚିତ୍କାର କରିଥିଲେ। ପାଟି ଶୁଣି  ମହମ୍ମଦ ସାହିଦ ତାଙ୍କୁ ବଞ୍ଚାଇବାକୁ ପାଣିକୁ ଡେଇଁଥିଲେ। କିନ୍ତୁ ସେ ମଧ୍ୟ ଚୋରା ବାଲିରେ ଫସି ବୁଡ଼ି ଯାଇଥିଲେ। କାନ୍ଦ ଓ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମଧ୍ୟ ଦୌଡ଼ି ଆସିଥିଲେ। କିନ୍ତୁ ‌ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ପରେ ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଗତକାଲି ବନ୍ଦ ରହିଥିଲା। ଆଜି ସକାଳେ ତିନି ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ad-week
Leave A Reply

Your email address will not be published.