କଟକ ଏସସିବି ମେଡିକାଲର ସମୀକ୍ଷା କଲେ କାର୍ତ୍ତିକ ପାଣ୍ଡିଆନ

add-all

କଟକ: କଟକ ଏସସିବି ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ଏମ୍ସ ପ୍ଲସ ଦିଗରେ ଆଗେଇ ଚାଲିଥିବା ବେଳେ ଏସସିବିର ନୂଆ ବିଲଡିଂ କାମ ବୁଲି ତଦାରଖ କରିଛନ୍ତି। କଟକରେ ବିଭିନ୍ନ କଲେଜର ନୂଆ ଓ କାର୍ଯ୍ୟକ୍ରମ ପାଇଁ କଟକ ଆସିଥିଲେ କାର୍ତ୍ତିକ ପାଣ୍ଡିଆନ। ଏହି ସମୟରେ ଏସସିବି ମେଡିକାଲ ଗସ୍ତ କରି ଚାଲିଥିବା ଏମ୍ସ ପ୍ଲସ କାର୍ଯ୍ୟର ସମୀକ୍ଷା କରିଥିଲେ। SCB ମେଡ଼ିକାଲ ନୂଆ ବିଲଡିଂ ବୁଲି ସମୀକ୍ଷା କରିବା ସହିତ କାମର ତ୍ୱରିତ ଅଗ୍ରଗତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। obcc ଟିମ , L&T ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ad-week
Leave A Reply

Your email address will not be published.