ପିତାତଳି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ

add-all

ଚିକିଟୀ : ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଶନିବାର ଦିନ ପିତାତଳି ପଞ୍ଚାୟତ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଥମେ ଜଗନ୍ନାଥପୁର ଠାରେ ଏ ଏନ ଏମ ସେଣ୍ଟର ଓ କୋଠ ଘର ଉଦ୍ଘାଟନ କରି ପିତାତଳି ଠାରେ ପହଞ୍ଚିବା ପରେ ବିଜୁ ଜନତା ଦଳର ବହୁ କର୍ମୀ ମାନନିୟା ମନ୍ତ୍ରୀ ମହଦୟା ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଆମ ବ୍ୟାଙ୍କ ସେବାର ଉଦ୍ଘାଟନ କରିବା ସହ ଠାକୁରାଣୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ।ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ବ୍ଲକ ସଭାପତି ହାରମ୍ଭ ରେଡ୍ଡୀ ଓ ଜିଲ୍ଲା ପରିଷଦ ସଭ୍ୟ ଏମ. ନାଗରାଜୁ ପ୍ରମୁଖ ନିଜ ଅଭିଭାଷଣରେ ବିଧାୟିକାଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରି ଆଗାମୀ ୨୦୨୪ ନିର୍ବାଚନରେ ଶ୍ରୀମତୀ ଉଷାଦେବୀଙ୍କ ହାତ ମୁଠାକୁ ଟାଣ କରି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ପାଇଁ ନିଜ ମନ୍ତବ୍ୟରେ କହିଥିଲେ। ମନ୍ତ୍ରୀ ମହଦୟା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅଭିଭାଷଣ ରଖିବା ସହ ଓଡିଶାକୁ ପୁଣି ଥରେ ଦେଶରେ ନମ୍ବର ୱାନ କରିବାକୁ ହେଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଲକ୍ଷଣ ସୋରେନ,ସମିତି ସଭ୍ୟା ଏସ. ପୁଷ୍ପାଞ୍ଜଳି,ଯୁବ ସଙ୍ଗଠକ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ବରିଷ୍ଠ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ,ଡି. କ୍ରୀଷ୍ଣାରାଓ,ସନ୍ତୋଷ ସେଠୀ,ମହେନ୍ଦ୍ର ପ୍ରଧାନ, ଉମା ରେଡ୍ଡୀ, କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ମହିଳାମାନେ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ଏ. ରାଙ୍ଗାରାଓ ବିଧାୟିକାଙ୍କ ସହଯୋଗରେ ପଞ୍ଚାୟତ ରେ ହୋଇଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରି ବିଧାୟିକାଙ୍କ ନେତୃତ୍ୱରେ ହେବାକୁ ଥିବା ପାର୍ଥିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.