ଜାମ୍ବୁନାଳି ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ : ଧୁମଧାମରେ ଶେଷ ହେଲା ଉଦଯାପନୀ କାର୍ଯ୍ୟକ୍ରମ

add-all

ଦେବଗଡ଼, ୧୦।୩ : ତିଲେଇବଣୀ ବ୍ଲକ ଜାମ୍ବୁନାଳି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ସଭାପତି ପ୍ରମାଦ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରଫେସର ଗୋପୀନାଥ ବାଗ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାଳୟ ପାଇଁ ରୌପ୍ୟ ଜୟନ୍ତୀ କେତେ ମହତ୍ବପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ। ଏହାସହ ସଭାରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଉଦିତ ନାୟକ, ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷା ବୃନ୍ଦାବତୀ ଭୋଇ, ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଶ୍ରଦ୍ଧାକର ପ୍ରଧାନ ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ରୀ ତୃପ୍ତିବାଳା ପ୍ରଧାନ ଓ ଜୟଲଳିତା ଜ୍ୟୋତିଷ ମଞ୍ଚ ସଞ୍ଚାଳନ କରିଥିଲେ। ଶିକ୍ଷକ ଚନ୍ଦ୍ରଭାନୁ ଜ୍ୟୋତିଷ ଧନ୍ୟବାଦ ଅର୍ପଣ କରିଥିଲେ। ୧୯୮୯ ମସିହାରେ ଆଦିବାସୀ ଅଞ୍ଚଳ ତିଲେଇବଣୀରୁ ପ୍ରାୟ ୧୫ କିମି ଦୂର ଜାମ୍ବୁନାଳିରେ ଏକ ଉଚ୍ଚ ବିଦ୍ୟାଳୟର ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ପିଲାଙ୍କ ପାଠପଢ଼ାକୁ ଗୁରୁତ୍ବ ଦେଇ ସେଠାକାର ଲୋକ ଏହାକୁ ନିଜେ ଶ୍ରମଦାନ କରି ଗଢ଼ିଥିଲେ। ପ୍ରାରମ୍ଭରୁ କୌଣସି ସରକାରୀ ସହାୟତା ମିଳିନଥିଲେ ମଧ୍ୟ ଏହାକୁ ଆଜି ବିରାଟ ବଡ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି। ଯାହାକୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପ୍ରଶଂସା କରିଥିଲେ। ମାତ୍ର ଅଳ୍ପ ଛାତ୍ରଛାତ୍ରୀଙ୍କୁ ଗଢ଼ିଉଠିଥିବା ସଂସ୍ଥା ଆଜି ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଯୋଗ ଦେଇଥିବା ଅତିଥି କହିଛନ୍ତି। ଆଜି ଦିନବେଳା କ୍ରୀଡା ଓ ଅନ୍ୟ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସାର୍ଟିଫିକେଟ୍ ସହ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସଂସ୍କୃତିକ ଦଳ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ବହୁ ପୁରୁତନ ଛାତ୍ରଛାତ୍ରୀ ଯୋଗ ଦେଇ ଏହାକୁ ସଫଳ କରାଇଥିଲେ। ଏହି ଉତ୍ସବରେ ପୁରାତନ ଛାତ୍ର ଭୂପେନ୍ଦ୍ର ପ୍ରସାଦ ନାୟକ, ସିକୁନ ପ୍ରଧାନ, ଦେବାଶିଷ ପ୍ରଧାନ, ସୁକାନ୍ତ ପ୍ରଧାନ, ସନ୍ଦୀପ ଜ୍ୟୋତିଷ, ହୃଷୀକେଶ ଭୋଇ, ସୁମନ୍ତ ରଣା, ମିଲନ ପ୍ରଧାନ, ଦିଲୀପ ବେହେରା, ଯଜ୍ଞଦତ୍ତ ଜ୍ୟାତିଷ, ତୋଫାନ ଅମାତ, ତେଜସ୍ବିନୀ ଜ୍ୟୋତିଷ, ଲୁସି ବେହେରା, ଦୀପ୍ତିମୟୀ ସାହୁ, ପୁଷ୍ପାଞ୍ଜଳି ଧଳ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.