
ଦେବଗଡ୧୦|୩ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ ଭୁୟାଁ ସଂଗଠନ-୨୦୨୪ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିଳେଇବଣି, ରିଆମାଳ, ଓ ବ୍ଲକ ଏବଂ ଦେବଗଡ଼ ପୈ।ପରିଷଦରୁ ବହୁ ସଂଖ୍ୟାରେ ଭୁୟାଁ ସମାଜର ସ୍ତ୍ରୀ ଓ ପୁରୁଷ ଉପସ୍ଥିତ ରହି ଓ୍ବର୍ଡ ନଂ୨ ଭୁୟାଁ ସାହି ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଟାଉନ୍ ହଲରେ ପହଞ୍ଚି ଥିଲା। ଭୁୟାଁ ସମାଜର ମଙ୍ଗଳ କିପରି ସାଧିତ ହୋଇପାରିବ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଭୁୟାଁ ଜାତିର ପୁରୁଷ ଓ ସ୍ତ୍ରୀ ଏହା ଉପରେ ବିଶେଷ ଆଲୋକପାତ କରିଥିଲେ। ବିଶେଷ କରି ଭୁୟାଁ ପୁଅଝିଅଙ୍କର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଆର୍ଥିକ ଉନ୍ନତି ସାଧନ ଲାଗି ସମସ୍ତ ପିତା ମାତାଙ୍କର ବିଶେଷ ଗୁରୁ ଦାୟିତ୍ବ। ଉପସ୍ଥିତ ସଭ୍ୟମାନଙ୍କର ଆଲୋଚନା ମାଧ୍ୟମରେ ଭୁୟାଁ ଜାତିର ଲୋକ ମାନଙ୍କ ଉନ୍ନତି ପାଇଁ ଏକତ୍ରିତ ହୋଇ ଆଗକୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ମତ ପ୍ରକାଶ କରିଥିଲେ । ସଭ୍ୟ ଶ୍ରବଣ କୁମାର ନାୟକଙ୍କ ସଂଯୋଜନାରେ ଉକ୍ତ ଜିଲ୍ଲା ସ୍ତରୀୟ ସଂଗଠନ କାର୍ଯ୍ୟକ୍ରମରେ ଲଇମୁରା ଅଞ୍ଚଳର ଟଙ୍କଧର ନାୟକ, ଗୁରୁ ଚରଣ ଅଢା, ବିରଞ୍ଚି ନାରାୟଣ ନାୟକ, ବୁର୍ଲା ରୁ ଦମୟନ୍ତୀ ନାୟକ,ତିଳେଇବଣି ପୁର୍ବତନ ବ୍ଲକ ଅଧ୍ୟକ୍ଷା ବିଳାସିନୀ ନାୟକ।ହରିହର ଅଢା, ବବୁଲ ନାୟକ, ଦୁର୍ଯ୍ୟୋଧନ। ନାୟକ,କାନ୍ଦ୍ରୃ ଅଶାନ୍ତ, ମୁରଲୀଧର ଗୁରୁ, କୃଷ୍ଣ ଚନ୍ଦ୍ର ନାୟକ,ରବିଚନ୍ଦ୍ର ନାୟକ,ହରି ଶଙ୍କର ଧାଉଁଳିଆ। ସୁରେଶ ଅଶାନ୍ତ,ଧିରେନ୍ କୁମାର ନାୟକ,ସୁବାସିନୀ ମାଝୀ ପ୍ରମୁଖ ମଞ୍ଚ।ମୀନ ରହି ସଂଗଠନ ନିମନ୍ତେ ଆଲୋକପାତ କରିଥିବାବେଳେ ଦେବଗଡ଼ ଭୁୟାଁ ସଂଘର ସମ୍ପାଦକ ଟିକେଶ୍ବର ଗୁରୁ ଧନ୍ୟବାଦ ପ୍ରଦାନ କରିଥିଲେ।