ଦ୍ୱାରକା ଏକ୍ସପ୍ରେସ୍‌କୁ ଉଦ୍‌ଘାଟନ କଲେ ମୋଦି

add-all

ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ୍‌। । ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ। ହରିୟାଣା ଗସ୍ତ ଅବସରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିସହ ସେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପର ଅଟକଳ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

ନିଜ ହରିୟାଣା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ୧୧୨ଟି ଜାତୀୟ ରାଜପଥର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସ୍ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା। ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଦେଖାଦେଉଥିବା ଅସମ୍ଭବ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ।

ଗୁରୁଗ୍ରାମରେ ମୋଦି ରୋଡ ଶୋ କରିବା ସହ ଏସବୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏନଏଚ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦ୍ୱାରକା ଏକ୍ସପ୍ରେସ୍‌ ଦେଶର ପ୍ରଥମ ଏଲିଭେଟେଡ୍‌ ଅର୍ବାନ ଏକ୍ସପ୍ରେସ୍‌ ୱେ । ଏହି ଏକ୍ସପ୍ରେସ୍‌ ୱେ କାର୍ଯ୍ୟକାରୀ ହେବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍‌ ୱେ’ରେ ଜମୁଥିବା ଗହଳି କମିବ । ଏହି ୧୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ୱେରେ ଅନୂନ୍ୟ ୩ଟି ଲେନ୍‌ରେ ଉଭୟ ପାର୍ଶ୍ୱରେ ଯିବା ଆସିବା ବ୍ୟବସ୍ଥା କରାଯିବ। ଦିଲ୍ଲୀର ଦ୍ୱାରକାରୁ ହରିୟାଣାର ଗୁରୁଗ୍ରାମକୁ ଏହି ଏକ୍ସପ୍ରେସ୍‌ ୱେ ସଂଯୋଗ କରିବ। ଫଳରେ ଦିଲ୍ଲୀରେ ଦେଖାଯାଉଥିବା ସାଂଘାତିକ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.