ଜଗତପୁରରୁ ୩ ବନ୍ଧୁକ ବେପାରୀ ଗିରଫ, ୪ ବନ୍ଧୁକ ଜବତ

add-all

କଟକ: ପୋଲିସ ପଞ୍ଝାରେ ୩ ବନ୍ଧୁକ ବେପାରୀ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ଜଗତପୁର ଥାନା ପୋଲିସ । ଏଥି ସହ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ ଓ ୩ଟି ମୋବାଇଲକୁ ମଧ୍ୟ ଜବତ କରାଯାଇଛି ।

ଡିସିପି କନୱର ବିଶାଲ ସିଂହଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ସେକ୍‌ ବଜାରର ପ୍ରକାଶ ବେହେରା ଓରଫ ବାବୁଆ (୪୨), ତିର୍ତ୍ତୋଲ ଥାନା କେଉଳ ଗ୍ରାମର ମିହିର କୁମାର ରାୟ (୩୯) ଏବଂ ତିର୍ତ୍ତୋଲ ଥାନା ମଙ୍ଗୁଳା ସାହିର ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ (୪୧) । ସେମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଏଠାରେ ବେପାର କରୁଥିଲେ ।

ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଥିବା ଡିସିପି କହିଛନ୍ତି । ଏମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.