କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

add-all

ଭୁବନେଶ୍ବର: ଶଙ୍ଖ ଛାଡ଼ିଲେ, ହାତ ଧରିଲେ । ୩ ଦିନ ତଳେ ବିଜେଡି ଛାଡ଼ିଥିଲେ, ଆଜି କଂଗ୍ରେସରେ ମିଶିଲେ ବାଲେଶ୍ବର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ସୁଦର୍ଶନ ଜେନା ।  ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନା କହିଛନ୍ତି ଯେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ କଂଗ୍ରେସରେ ମିଶିଛନ୍ତି । ମାର୍ଚ୍ଚ ୮ ରେ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଥିଲେ ସୁଦର୍ଶନ ଜେନା ।

ବିଜେଡି ଛାଡ଼ିବା ସମୟରେ ସମ୍ବାଦିକ ସମ୍ମିଳନୀରେ ଜେନା କହିଥିଲେ,ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। ଦଳରେ ଅମଲାତନ୍ତ୍ର ପ୍ରାଧାନ୍ୟ ବିସ୍ତାର କରୁଛି। ଶକ୍ତି କ୍ଷୁଧା ସାମ୍ପ୍ରଦାୟିକ ବିଜେପି ସହିତ ଚାଲିଥିବା ମିଳିତ ଆଲୋଚନା ତାଙ୍କୁ ବିଚଳିତ କରିଛି। କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ। ବର୍ତ୍ତମାନ ବିଜେଡି ବିଜେପିର ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିଛି। ଯାହା ତାଙ୍କୁ ବ୍ୟଥିତ କରିଥିଲା ତେଣୁ ସେ ଦଳ ଛାଡ଼ିଥିବା କହିଥିଲେ ।

ପୂର୍ବତନ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ। ଦୀର୍ଘ ବର୍ଷ ଧରି ଦଳରେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ୨୦୦୯ରେ ରେମୁଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ad-week
Leave A Reply

Your email address will not be published.