ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବ୍ଳକ ସଭାଗୃହରେ ପରାମର୍ଶ କର୍ମଶାଳା

add-all

ଦାରିଙ୍ଗବାଡ଼ି,୧୧/୩, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦିନିକିଆ ପରାମର୍ଶ କର୍ମଶାଳା ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ୟୁଥ ଫର ୱାଟର ସହଯୋଗରେ ରାଜ୍ୟର ୧୭୬ଟି ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ୨୦୨୩ ମସିହା ଶେଷରେ କ୍ୟାମ୍ପେନିଂ ଅରମ୍ବ କରାଯାଇଥିଲା । ଏଥି ମଧ୍ୟରୁ ଚନ୍ଦ୍ରଭାଗା କୋଣାର୍କ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏକ ପାଇଲଟ ପ୍ରକଳ୍ପ କରାଯାଇଛି। ଏହି ସଚେତନ କାର୍ଯ୍ୟକ୍ରମ ନେଇ ଆଜି ଦାରିଙ୍ଗବାଡ଼ି ବ୍ଳକ ସଭାଗୃହରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦିନିକିଆ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଦାରିଙ୍ଗବାଡ଼ି ବନ ବିଭାଗ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନୀ ସ୍ଥଳୀ ଗୁଡ଼ିକରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁଁ ପ୍ରାଣୀ ସମାଜ ପାଇଁ ବିପଦ ସୃଷ୍ଟି ହେଉଥିବା ଯୋଗୁଁ ଆଗାମୀ ଦିନ ମାନଙ୍କରେ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ସଚେତନତା ଦିଆଯାଇଥିଲା । ଏହି କର୍ମଶାଳାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୂଖ୍ୟ ପରିବେଶ ବୈଜ୍ଞାନିକ ମିତ୍ରସେନ ମାଝି, ରାଜ୍ୟ ପ୍ରଦୂଷଣ ବିଭାଗ ମୁଖ୍ୟ ପରିବେଶ ଯନ୍ତ୍ରୀ ଡ଼ଃ ଆର ଏନ ପୃଷ୍ଟି , ରାଜ୍ୟ ୱାଟର ମେନ ରଞ୍ଜନ ପଣ୍ଡା , ବ୍ରହ୍ମପୁର ଆଞ୍ଚଳିକ ଅଧିକାରୀ ଦୀପକ କୁମାର ସାହୁ , ବାଲିଗୁଡ଼ା ଉପଖଣ୍ଡ ଜଙ୍ଗଲ ଅଧିକାରୀ ବିଶ୍ୱରାଜ ପଣ୍ଡା, ବିଡ଼ିଓ ଗଦାଧର ପାତ୍ର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏଥିରେ ବ୍ଳକର ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀ, ହୋଟେଲ ଆସୋସିଏସନ ,ସ୍ବେଚ୍ଛାସେବୀ, ଯୁବଗୋଷ୍ଠୀ ଓ ବିଭିନ୍ନ ବିଭାଗ କର୍ମଚାରୀ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଆସନ୍ତା ୨୦୩୦ ମସିଆ ସୁଧା ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଶପଥ ନେବା ସହିତ ପ୍ରଶାସନ ଓ ସାଧାରଣ ଜନତାଙ୍କୁ ନେଇ ଏକ କାର୍ଯ୍ୟକାରି କମିଟି ଗଠନ କରାଯାଇଛି ।

ad-week
Leave A Reply

Your email address will not be published.