ଚିକିଟୀ ଏନ ଏ ସି ରେ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ…

add-all


ଚିକିଟୀ— ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କ ଦ୍ଵାରା ଆଜି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଅଛି। ପ୍ରଥମେ ଚିକିଟୀ ଗଡ଼ ସ୍ଥିତ ୨ ନମ୍ବର ୱାର୍ଡରେ ଥିବା ଵାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ନିକଟରେ ଚିକିଟୀ ତାଲୁକା ବିଶ୍ୱକର୍ମା ସମାଜ ନିମନ୍ତେ ବଢେଇ ମାନଙ୍କ କର୍ମଶାଳା ଗୃହର ଶିଳାନ୍ୟାସ କରିଥିଲେ। ସେଠାରୁ ବିଜୁ ଜନତା ଦଳର ବହୁ କର୍ମୀଙ୍କ ବାଇକ ରାଲି ଯୋଗେ ପେଣ୍ଠ ସ୍ଥିତ ୧୧ ଓ ୧୨ ନମ୍ବର ୱାର୍ଡ ମଧ୍ୟରେ ଥିବା ଗୋଷ୍ଠି ସଭାଗୃହର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁଳଦୀପ କୁମାର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ରୂପେ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ଯୁବ ସଙ୍ଗଠକ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ବରିଷ୍ଠ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଙ୍କ ସହ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ରେ ମାନନିୟା ମନ୍ତ୍ରୀ ମହଦୟାଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ରଘୁନନ୍ଦନ ସାହୁ, ଧର୍ମା ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ, ସଚ୍ଚିଦାନନ୍ଦ ପାତ୍ର, ସମୀର କୁମାର ପାଢୀ, ପ୍ରମୋଦ କୁମାର ସାହୁ, ରମେଶ ଗୌଡ଼, ଅରୁଣ କୁମାର ବେହେରା, ଅକ୍ଷୟ କୁମାର ସାହୁ, ଶ୍ରୀଧର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ କର୍ମୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.