ଆସିଲା କଂଗ୍ରେସର ୨ୟ ପ୍ରାର୍ଥୀ ତାଲିକା, ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା

add-all

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ନିଜର ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମଧ୍ୟ ଟିକେଟ ଦିଆଯାଇଛି । ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନର ବର୍ତ୍ତମାନର ସାଂସଦ ନକୁଲ ନାଥଙ୍କୁ ମଧ୍ୟ କଂଗ୍ରେସ ପୁଣି ଥରେ ଟିକେଟ ଦେଇଛି । ଗତକାଲି ନୂଆଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ସହମତି ହୋଇଥିଲା।

ଏହି ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଓବିସି ବର୍ଗର। ସେହିପରି ଅନୁସୂଚୀତ ଜାତି ବର୍ଗରୁ ୧୦ ଜଣ ଓ ଅନୁସୂଚୀତ ଉପଜାତି ବର୍ଗରୁ ୯ ଜଣ ପ୍ରାର୍ଥୀ ରହିଛନ୍ତି । କଂଗ୍ରେସ ମଧ୍ୟ ନିଜ ତାଲିକାରେ ଜଣେ ମୁସଲମାନ ଚେହେରାଙ୍କୁ ପ୍ରାର୍ଥୀ କରିଛି। ମାର୍ଚ୍ଚ ୮ ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଂଗ୍ରେସ ଏହାର ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏଥିରେ ରାହୁଲ ଗାନ୍ଧି, ଶଶି ଥରୁରଙ୍କ ସମେତ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଆଜି ପ୍ରକାଶିତ ଦ୍ବିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ରାଜସ୍ଥାନର ଅଛନ୍ତି।

ad-week
Leave A Reply

Your email address will not be published.