ଆସିକା : ଭଗବାନ ଭରସାରେ ଅଙ୍ଗନବାଡି କେନ୍ଦ୍ର !

add-all

ଗରମରେ ଆଉଟୁ ପାଉଟୁ କୋମଳମତି ଶିଶୁ ମାନେ…..
ବ୍ରହ୍ମପୁର: ଆସିକା ରେ ଥିବା କିଛି ଅଙ୍ଗନବାଡି କେନ୍ଦ୍ର ଏବେ ଭଗବାନ ଭରସାରେ ଚାଲିଛି। ୧୯୫୯ ମସିହାରେ ସ୍ଥାପିତ ହୋଇଥିଲା ପ୍ରାଥମିକ ବିଦ୍ୟାଳୟ। ଆସିକା ମେଦେରି ସାହିରେ। ଗତ କିଛି ବର୍ଷ ହେଲା ପିଲାଙ୍କ ସଂଖ୍ୟା କମିଯିବାରୁ ଉକ୍ତ ବିଦ୍ୟାଳୟ ବନ୍ଦ ହେବା ସହ ସେଠାରେ ତିନୋଟି ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ବର୍ତ୍ତମାନ ଚାଲିଛି। ଏହି ପୁରାତନ ଓ ପୂର୍ବତନ ବିଦ୍ୟାଳୟ ର ବିଦ୍ୟୁତ ବିଲ ବକେୟା ଥିବା ଯୋଗୁଁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ଏହି ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ସେମାନେ ବ୍ୟବହାର କରିଥିବା ବିଲ ପୈଠ କରିଥିଲେ ବି ବିଦ୍ୟାଳୟ ର ବକେୟା ର ଆଳ ଦେଖାଇ ବିଦ୍ୟୁତ କଟା ଯାଇଛି। ଦୀର୍ଘ ଦିନ ହେଲା ବିଦ୍ୟୁତ କଟାଯାଇଥିଲେ ମଧ୍ୟ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଆସିକା ରେ ଏକ ସପ୍ତାହ ହେଲା ତାତି ବଢ଼ିଯାଇଛି। ଛୋଟ ଛୋଟ କୋମଳମତି ଶିଶୁ ମାନେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି। ଯଦି କୌଣସି ଅଘଟଣ ଘଟେ ତାହା ହେଲେ ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ଏଠାକାର ଦାୟିତ୍ୱ ରେ ଥିବା ସିପିଓଡ଼ି ମେଡମଙ୍କୁ ଫୋନ କରିଲେ ନାଟ ରିଚବଲ ହେବାସହ ଅଫିସ ରେ ଅନୁପସ୍ଥିତି ରହୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.