
ଫୁଲବାଣୀ : ଫୁଲବାଣୀ ସହର ସେନାପତି ରେସିଡେନ୍ସ ଠାରେ କନ୍ଧମାଳ ମଜଦୂର ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିଭା କହଁରଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି l ଜିଲ୍ଲା ମଜଦୂର କଂଗ୍ରେସ ସଭାପତି ଘନ କୁମାର ଶବର ମଞ୍ଚ ପରିଚାଳନା କରିଥିଲେ l ଏଥିରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଙ୍କ ସହ ରାଜ୍ୟ ମହିଳା ମଜଦୂର କଂଗ୍ରେସ ସଭାନେତ୍ରୀ ପ୍ରଣତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳା ଦିବସ କାହିଁକି ପାଳନ କରାଯାଏ ତାହା ଉପରେ ମହିଳା ମାନଙ୍କୁ ବୁଝାଇ ଥିଲେ ଚଳିତ ଲୋକସଭା ନିର୍ବାଚନ ରେ ରାଷ୍ଟ୍ରୀୟ ମହିଳା ଶାଖା ପୂର୍ଣ୍ଣ ମାତ୍ରା ରେ କଂଗ୍ରେସକୁ ସମର୍ଥନ କରିବ ବୋଲି ମଧ୍ୟ କହିଥିଲେ l ରାଷ୍ଟ୍ରୟୀ ମଜଦୂର କଂଗ୍ରେସ ଉପ ସଭାପତି ମଦନ ମହନ ଧଳ ସାଧାରଣ ସମ୍ପାଦକ କିଶୋର ଜେନା କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା ପ୍ରଶାନ୍ତ ମହାପାତ୍ର ନିର୍ମଳ ସାମଲ ଅକ୍ଷୟ ତ୍ରିପାଠୀ ଏଲିଶ ମିଞ୍ଜ ବାସନ୍ତୀ ସାମଲ ଅନିତା ସ୍ୱାଇଁ ଆଶା ମିଞ୍ଜ ତପାପୀ ବତ୍ତ ଧର୍ମ ରଜ ପ୍ରଧାନ ସୁନିତା ବାଘ ଟିକନ ସାମଲ ଅଞ୍ଜନା ମହାପlତ୍ର ଙ୍କ ସହ କନ୍ଧମାଳ ଜିଲ୍ଲା ମଜଦୂର କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ବେହେରା ଯୁବ ମଜଦୂର କଂଗ୍ରେସ ସଭାପତି ରାଧା କାନ୍ତ ଦିଗlଲ ସମ୍ପାଦକ ସୁଦାମ ବେହେରା ଭୀମସେନ କହଁର କାମନା କହଁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ମହିଳା ଦିବସ ପାଳନ ଉପରେ ନିଜ ବକ୍ତବ୍ୟ ରଖିଥିଲେ l ଶେଷରେ ରାଜ୍ୟ ମହିଳା ଶାଖା ର ନୂତନ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାନେତ୍ରୀ ମାନଙ୍କ ନାମ ମୂଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ମଞ୍ଚରେ ଘୋଷଣା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ କୁମାର ପଣ୍ଡା ନଗର ସଭାପତି ଶିବଶଙ୍କର ବେହେରା ବରିଷ୍ଠ ନେତା ସନ୍ତୋଷ କୁମାର ପଟ୍ଟନାୟକ ରଜତ କୁମାର ମହାନ୍ତି ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ଦାସ ସୋସିଆଲ ମିଡିଆ ଅଧ୍ୟକ୍ଷ ବଳଦେବ ବେହେରା ସଂଯୋଜକ ଗୌର ଚରଣ ବେହେରା ଶିବଶଙ୍କର ସାମନ୍ତରାୟ ପ୍ରଫୁଲ ଦାସ ସରପଞ୍ଚ ଦଶରଥ ଯlନି ଦେବେନ୍ଦ୍ର ମହାନ୍ତି ଛାତ୍ର ନେତା ଅନୁପମ କହଁର ରାଇକିଆ ବ୍ଲକ କଂଗ୍ରେସ ସଭାନେତ୍ରୀ କ୍ରିଷ୍ଣା ପ୍ରିୟା ପ୍ରଧାନ ମଧୁଳିନl ଦିଗlଲ ବସନ୍ତ କୁମାର ଦିଗlଲ ମିଳନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ଫୁଲବାଣୀ ସର୍କିଟ ହାଉସ ଠାରୁ ବାହାରି ଫୁଲବାଣୀ ସହର ଦେଇ ସେନାପତି ରେସିଡେନ୍ସ ଠାରେ ପହଞ୍ଚିଥିଲା ଏଥିରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l