‘କେବେ ବି ପ୍ରତ୍ୟାହାର ହେବନି ସିଏଏ

add-all

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧୀଙ୍କ ଆକ୍ଷେପ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଶରଣାର୍ଥୀଙ୍କୁ ନ୍ୟାୟ ଦେବା ସିଏଏର ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ କେବେ ହେଲେ ପ୍ରତ୍ୟାହାର କରାଯିବ ନାହିଁ। CAA ଆଦୌ ମୁସଲମାନମାନଙ୍କ ବିରୁଦ୍ଧରେ ନୁହେଁ। ବିରୋଧୀ ଦଳର ନେତାମାନେ ଏହାକୁ ନେଇ ମିଥ୍ୟା ରାଜନୀତି କରୁଛନ୍ତି।
ବିଭାଜନ ବେଳେ ପାକିସ୍ତାନରେ ୨୩ ପ୍ରତିଶତ ହିନ୍ଦୁ ଥିଲେ, ଆଜି ୩.୭ ପ୍ରତିଶତ ଅଛନ୍ତି। ଅନ୍ୟମାନେ କୁଆଡେ ଗଲେ? ଏତେ ସଂଖ୍ୟକ ଲୋକ ତ ଭାରତକୁ ଆସିନାହାନ୍ତି। ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଇଛି ଏବଂ ତାଙ୍କୁ ଅପମାନିତ କରାଯାଇଛି। ଦେଶ ଏ ଉପରେ ବିଚାର କରିବା ଉଚିତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହ।
ସେ ଆହୁରି କହିଛନ୍ତି, ୧୯୫୧ରେ ବାଂଲାଦେଶରେ ୨୨ ପ୍ରତିଶତ ହିନ୍ଦୁ ଥିଲେ। ୨୦୧୧ ଜନଗଣନା ଅନୁସାରେ ୧୦ ପ୍ରତିଶତ ଅଛନ୍ତି। ୧୯୯୨ରେ ଆଫଗାନିସ୍ତାନରେ ୨ ଲକ୍ଷ ଶିଖ ଏବଂ ହିନ୍ଦୁ ଥିଲେ, ଏବେ ମାତ୍ର ୫୦୦ ଅଛନ୍ତି। କଣ ଏମାନଙ୍କର ଆସ୍ଥା ଅନୁସାରେ ବଞ୍ଚିବାର ଅଧିକାର ନାହିଁ କି ବୋଲି ଶାହ ପ୍ରଶ୍ନ କରିଛନ୍ତି।
ବିରୋଧୀ କାହିଁକି ରୋହିଙ୍ଗ୍ୟାଙ୍କ ବିଷୟରେ ଆଲୋଚନା କରୁନାହାନ୍ତି, କେଜ୍ରିୱାଲ କେବେ ହେଲେ ରୋହିଙ୍ଗ୍ୟାଙ୍କ କଥା କହନ୍ତିନି। ବିରୋଧୀ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଶାହ କହିଛନ୍ତି।
ସେ ଆହୁରି କହିଛନ୍ତି, CAA ହେଉଛି ଏହି ଦେଶର ନିୟମ। ଆମେ ଘୋଷଣାପତ୍ରରେ CAA ଆଣିବାକୁ ପ୍ରତିଶୃତି ଦେଇଥିଲୁ। ବିଜେପିର ଏଜେଣ୍ଡା ସମ୍ପୂର୍ଣ୍ଣ ସ୍ପଷ୍ଟ। ମୋଦିଙ୍କ ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ ହେବ ବୋଲି ଶାହ କହିଛନ୍ତି।

ad-week
Leave A Reply

Your email address will not be published.