୨୦% କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍

add-all

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏହି କମ୍ପାନି ପାଇଁ ସମୟ ଏବେ ଭଲ ନାହିଁ । ରିଜର୍ଭବ୍ୟାଙ୍କର ଏହି କଟକଣା ମାର୍ଚ୍ଚ ୧୫ରୁ ସଂପୂର୍ଣ୍ଣ ଭାବେ ଲାଗୁ ହେବ । ଏହାର ଦିନକ ପୂର୍ବରୁ ପେଟିଏମ ନିଜର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ୨୦୨୩ ଡିସେମ୍ବର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ କମ୍ପାନୀର ଏହି ୟୁନିଟରେ ପ୍ରାୟ ୨୭୭୫ ଜଣ କର୍ମଚାରୀ କାମ କରୁଛନ୍ତି। ସେହି ଅନୁଯାୟୀ ଏହି ଛଟେଇର ପ୍ରଭାବ ୫୫୩ ଜଣଙ୍କ ଚାକିରି ଉପରେ ପଡ଼ିବ।
ନିୟାମକ ନିୟମ ପାଳନରେ ଅବହେଳା କାରଣରୁ ଆରବିଆଇ ଜାନୁଆରୀ ଶେଷ ସପ୍ତାହରେ ପେଟିଏମ୍ ପେମେଣ୍ଟବ୍ୟାଙ୍କକୁ ନିଷିଦ୍ଧ କରିଥିଲା। ତେବେ କୋଟି କୋଟି ଗ୍ରାହକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ରିହାତି ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ଦିଆଯାଇଥିବା ବେଳେ ପରେ ଏହାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟବ୍ୟାଙ୍କର ପ୍ରତିଷ୍ଠାତା। ପେଟିଏମ୍ ପେମେଣ୍ଟବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ପେମେଣ୍ଟବ୍ୟାଙ୍କର ଲାଇସେନ୍ସ ମିଳିଛି। ଏହି କାରଣରୁ ଏହା ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଆସୁଛି । ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କ ଏହି ନିୟାମକ ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ବେଳେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ad-week
Leave A Reply

Your email address will not be published.