ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର

add-all

ଭୁବନେଶ୍ବର : ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଏହି କଙ୍କାଳ ଉଦ୍ଧାର ହୋଇଛି। ତେବେ ଏହା ପୁରୁଷ ଲୋକର କଙ୍କାଳ ନା ଜଣେ ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ।
ଆଜି ସକାଳେ ଅଖା ଭିତରେ ରଶିରେ ବନ୍ଧା ହେବା ଅବସ୍ଥାରେ କଙ୍କାଳଟି ଦୟାନଦୀ କୂଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କଙ୍କାଳକୁ ଜବତ କରିଛି। ତେବେ କଙ୍କାଳଟି କେଉଁଠୁ ଓ କିଭଳି ଆସିଲା ତାହା ଜଣାପଡ଼ିନାହିଁ।
ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟାକାଣ୍ଡ ଜନିତ ଘଟଣା କିମ୍ବା ନଦୀରେ ବୁଡ଼ି ମୃତ୍ୟୁ ହୋଇଥିବା କୌଣସି ବ୍ୟକ୍ତିଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ।

ad-week
Leave A Reply

Your email address will not be published.