ପାକିସ୍ତାନ ସୀମା ନିକଟରେ ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାଡ୍ରନ୍‌ ଗଠନ କଲା ଭାରତୀୟ ସେନା

add-all

ନୂଆଦିଲ୍ଲୀ: ଭାରତୀୟ ସେନା ଶୁକ୍ରବାର ପାକିସ୍ତାନ ଫ୍ରଣ୍ଟ ନିକଟ ଯୋଧପୁରର ମରୁଭୂମି ସେକ୍ଟରରେ ନିଜର ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାର୍ଡନକୁ ଗଠନ ସହ ମୁତୟନ କରିଛି।
ଭାରତୀୟ ବାୟୁସେନା ମହାନିର୍ଦ୍ଦେଶକ ଲେଫ୍‌ଟନାଣ୍ଟ ଜେନେରାଲ ଅଜୟ ସୁରି ଏବଂ ହେଲିକପ୍ଟରର ମୂଳ ନିର୍ମାତା ବୋଇଂର ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଯୋଧପୁରରେ ଏହି ସ୍କ୍ଵାଡ୍ରନ୍‌ ଗଠନ କରାଯାଇଛି।
ଭାରତୀୟ ସେନାର ଆପାଚି ହେଲିକପ୍ଟର ମରୁଭୂମିରେ ସୁରକ୍ଷା ତୁଲାଇବ ଏବଂ ଚଳିତ ବର୍ଷ ମେ ମାସ ସୁଦ୍ଧା ହେଲିକପ୍ଟରର ପ୍ରଥମ ବ୍ୟାଚ୍‌ ଆସି ଫ୍ଲିଟ୍‌ ରେ ଯୋଗ ଦେବ। ବର୍ତ୍ତମାନ ଚାଲିଥିବା ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ସାମାନ୍ୟ ବିଳମ୍ବ ହୋଇଛି କିନ୍ତୁ ସେମାନେ ଏବେ ଟ୍ରାକ୍‌ରେ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହା ପୂର୍ବରୁ ଭାରତୀୟ ବାୟୁସେନା ଆମେରିକା ଠାରୁ ୬ଟି ଆପାଚି ହେଲିକପ୍ଟର କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି।
‘ଆକାଶରେ ଟ୍ୟାଙ୍କ’ ଭାବେ ପରିଚିତ ଏହି ଅତ୍ୟାଧୁନିକ ଆଟାକ୍‌ ହେଲିକପ୍ଟରଗୁଡ଼ିକ ଭାରତୀୟ ବାୟୁସେନାର ହିଣ୍ଡୋନ୍‌ ବାୟୁସେନା ଷ୍ଟେସନରେ ଅବତରଣ କରିବ ଏବଂ ଏହା ପରେ ମେ’ ମାସରେ ଭାରତ-ପାକିସ୍ତାନ ସୀମା ନିକଟ ଯୋଧପୁରରେ ମୁତୟନ କରାଯିବ।
ବର୍ତମାନ ଧ୍ରୁବ ଓ ଚେତକ ଭଳି ୟୁଟିଲିଟି ହେଲିକପ୍ଟର ଚଳାଉଥିବା ଆର୍ମି ଏଭିଏସନ୍‌ କର୍ପସ୍‌ ଗତବର୍ଷ ଆସାମର ମିସାମାରୀ ଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିିତ ଲାଇଟ୍‌ କମ୍ବ୍ୟାଟ୍‌ ହେଲିକପ୍ଟର (ହାଲୁକା ଲଢ଼ୁଆ ହେଲିକପ୍ଟର) (ଏଲ୍‌ସିଏଚ୍‌) ପ୍ରଚଣ୍ଡକୁ ସାମିଲ କରିଥିଲା। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ପୂର୍ବରୁ ୨୨ଟି ଆପାଚି ହେଲିକପ୍ଟର ଚଳାଉଛି, ଯାହାକୁ ପୂର୍ବ ଓ ପଶ୍ଚିମ ଦିଗରେ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.