ଛତ୍ରପୁର ସହରାଞ୍ଚଳ ୫ ନମ୍ୱର ୱାର୍ଡ଼ ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଅବହେଳା ଅଭିଯୋଗ :ଭୋଟ ବର୍ଜନ ପାଇଁ ଚେତାବନୀ..!

add-all

ଛତ୍ରପୁର, ତା. ୧୭ / ୩ ଛତ୍ରପୁର ସହରାଞ୍ଚଳ ଏନ୍.ଏ.ସି. ର ୫ ନମ୍ୱର ୱାର୍ଡ଼ ଅନ୍ତର୍ଗତ ନିଉ-ନାଗୁଲୁ ପେଟ୍ଟା ସାହି ରେ ନାଳ, ନର୍ଦ୍ଧମା ଓ ରାସ୍ତାଘାଟ ର ନିର୍ମାଣ ଓ ମରାମତି ଆଦି ହୋଇପାରୁନଥିବା ବାସିନ୍ଦାଙ୍କ ପକ୍ଷୁରୁ ମିଳିତ ଅଭିଯୋଗ ହୋଇଛି ।ଉକ୍ତ ସାହିର ବୁଦ୍ଧିଜିବୀ ମାନଙ୍କୁ ନେ଼ଇ ବହୁବାର ଏନ୍.ଏ.ସି କର୍ତ୍ତୃପକ୍ଷଙ୍କ ଠାରେ ବାରମ୍ବାର ଦାବୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ଆଶୁ ସମାଧାନ ହୋଇ ପାରୁନାହିଁ ।ପ୍ରକାଶ ଥାଉକି, ଛତ୍ରପୁର ସହରାଞ୍ଚଳ ର ସମସ୍ତ ୱାର୍ଡ଼, ସାହି ଗଳି କନ୍ଦିରେ ରାସ୍ତା, ଘାଟ ନିର୍ମାଣ ଓ ମରାମତି ସହ ସୌନ୍ଦର୍ଯ୍ୟକରଣ ଆଦି ସୁବିଧା ଉପଲବ୍ଧ ହୋଇ ଆସିଥିଲେ ସୁଦ୍ଧା ଏହି ୱାର୍ଡ଼ ର ନିଉ-ନାଗୁଲୁ ପେଟ୍ଟା ସାହି ପ୍ରତି ଏନ୍.ଏ.ସି. କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପ୍ରଦର୍ଶନ ନେଇ ସାହି ବାସିନ୍ଦାଙ୍କ ତରଫରୁ ପୃଥକ୍ ପୃଥକ ସ୍ଥାନରେ ବୈଠକ ବସି ଆଜି ଏକ ଶେଷ ନିଷ୍ପତ୍ତି ନେଇ ଏନ୍.ଏ.ସି. କର୍ତ୍ତୃପକ୍ଷଙ୍କ ଆଗରେ ପ୍ରତିବାଦ ର ସ୍ଵର ଉଠାଇଥିଲେ । ଏହି ଅବ୍ୟବସ୍ଥା କୁ ନେଇ ଘୋର ନିନ୍ଦା ଓ ତୀବ୍ର ବିରୋଧ କରିଥିଲେ । ନାଳ, ନର୍ଦ୍ଧମା ଓ ରାସ୍ତାଘାଟ ର ନିର୍ମାଣ ଓ ମରାମତି ଆଦି ନହେବା କାରଣ ଏବଂ ଯେଉଁ ସମସ୍ୟା ରହିଛି, ସେ ନେଇ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ହେତୁ ଆଜି ପ୍ରତିବାଦ ର ସ୍ଵର ଉଠାଇଥିବା ସାଂଗକୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ସ୍ମାରକପତ୍ର ଦେଇଥିବା ଜଣାଯାଇଛି । ଖୁବ୍ ଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ସାହିବାସୀ ଦାବୀ କରିଛନ୍ତି । ସମାଧାନ ନ ହେଲେ ସାହିବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।

ad-week
Leave A Reply

Your email address will not be published.