ନିର୍ବାଚନ ପୂର୍ବରୁ କେସିଆର୍‌ଙ୍କୁ ଝଟ୍‌କା, ରେବନ୍ଥଙ୍କ ହାତ ଧରିଲେ BRS ସାଂସଦ

add-all

ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି। ଆରମ୍ଭ ହୋଇଗଲାଣି ନେତାଙ୍କ ଇସ୍ତଫା। ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ମିଶିଲେଣି। ତେଲେଙ୍ଗାନାରେ ମଧ୍ୟ ଏଭଳି କିଛି ମାମଲା ସାମ୍ନାକୁ ଆସିଛି। ଲୋକସଭା ନିର୍ବାଚନ ପୂର୍ବରୁ କେସିଆର୍‌(କେ. ଚନ୍ଦ୍ରଶେଖର ରାଓ) ଙ୍କ ଦଳ ବିଆର୍‌ଏସ୍‌କୁ ଲାଗିଛି ବଡ ଝଟ୍‌କା। ବିଆର୍‌ଏସ୍‌ ସାଂସଦ ରଞ୍ଜିତ ରେଡ୍ଡୀ ଦଳରୁ ଇସ୍ତଫା ଦେଇଛନ୍ତି।

ସେ ବିଆର୍‌ଏସ୍‌ ଛାଡିବା ପରେ କଂଗ୍ରେସର କାନି ଧରିଛନ୍ତି। ସେ ବିଧିବଦ୍ଧ ଭାବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓ ଏଆଇସିସି ପ୍ରଭାରୀ ଦାୟିତ୍ୱରେ ଥିବା ଦୀପଦାସ ମୁନ୍ସିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସୂଚନାନୁସାରେ ରଞ୍ଜିତ ରେଡ୍ଡୀ ଚେଭେଲା ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

BRSରୁ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ମୁଁ ମୋର ସମସ୍ତ ସମର୍ଥକ ଏବଂ ଲୋକଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ମୋର ଆନୁଷ୍ଠାନିକ ଇସ୍ତଫା ପତ୍ର BRSରେ ଦାଖଲ କରିଛି। ମୁଁ ବିଆରଏସ ଦଳକୁ କୃତଜ୍ଞତା ଜଣାଉଛି ଯେ ଦଳ ମୋତେ ଚେଭେଲା ସଂସଦ ନିର୍ବାଚନମଣ୍ଡଳୀରେ ସେବା କରିବାର ସୁଯୋଗ ଦେଇଛି। ଆଉ ଏ ଅଞ୍ଚଳର ଲୋକମାନେ ମଧ୍ୟ ମୋତେ ସମର୍ଥନ କରିଛନ୍ତି। ରାଜନୈତିକ ପରିସ୍ଥିତି ହେତୁ ମୁଁ ମୋର ଇସ୍ତଫା ଦାଖଲ କରିବାକୁ ଏଭଳି କଷ୍ଟଦାୟକ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ରଞ୍ଜିତ। ରାଜନୈତିକ ପରିସ୍ଥିତି ଯୋଗୁ ସେ ଦଳରୁ ଇସ୍ତପା ଦେଇଥିବା କହିଛନ୍ତି।

ad-week
Leave A Reply

Your email address will not be published.