ପିଲା ଚୋରି ସନ୍ଦେହ, ଦୁଇ ଯୁବକଙ୍କୁ ନିର୍ଧୁମ ଛେଚିଲେ

add-all

ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ। ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି। କୋରାପୁଟ ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା।

ହାତ ବାନ୍ଧି ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଆକ୍ରମଣରେ ୨ ଯୁବକ ଗୁରୁତର ଆହତ ହୋଇଛନ୍ତି। ସନ୍ଦିଗ୍ଧ ଦୁଇ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିବା ସହ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଘଟଣାର ଛାନଭିନ୍ ଜାରି ରହିଛି।

ad-week
Leave A Reply

Your email address will not be published.