ସନ୍ଦେହ ଜନକ ଅବସ୍ଥାରେ ଘରୋଇ ହଷ୍ଟେଲରେ ନାବାଳିକା ଛାତ୍ରୀର ମୃତ୍ୟୁ

add-all

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମରେ ଥିବା ଗଣେଶ ହଷ୍ଟେଲରେ ଏମ୍ପିଭି ୧୩୦ ଗ୍ରାମର ବିଶ୍ଵଜିତ ମଣ୍ଡଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅର ସନ୍ଦେହଜନକ ଅବସ୍ଥେରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ପାଠ ପଢା ପାଇଁ ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏହି ଘରୋଇ ହଷ୍ଟେଲରେ ରହି ଆସୁଥିଲା । ତେବେ ହଟାତ ଆଜି ଝିଅଟିର ଦେହ ଗୁରୁତ୍ତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିବା ବେଳେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଝିଅଟିର ଦେହରେ ବିଭିନ୍ନ ଚିହ୍ନ ରହିଥିବା ପରିବାର ଲୋକେ ଦେଖିବା ସହ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ ।

ଏହାସହ ମୃତ ନାବାଳିକା ଜଣଙ୍କ ପୂର୍ବରୁ ମଧ୍ୟ ହଷ୍ଟେଲରେ ବିଭିନ୍ନ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିବା ସହ ଆଉ ହଷ୍ଟେଲକୁ ଜୀବି ନାହି ବୋଲି କହିଥିବା ମୃତ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି । ତେବେ ଏନେଇ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.