ମାନବିକତା ଦେଖାଇଲା ହୋମଗାର୍ଡ ସଂଘ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ କିଛି ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ ବାବଦକୁ କିଛି ଆର୍ଥିକ ସହାୟତା କରିଛି ସଂଘ l ସଦର ଥାନାର ସମସ୍ତ ଅଫିସର କନେଷ୍ଟବଲ ହୋମଗାର୍ଡ କର୍ମଚାରୀ କିଛି କିଛି ଟଙ୍କା ଆଦାୟ କରି ପୀଡ଼ିତ ଥିବା ବିନୋଦ ବିହାରୀ ପ୍ରଧାନ ଙ୍କ ବାସଭବନ ଠାରେ ଉପସ୍ଥିତ ରହି ପ୍ରଦାନ କରାଯାଇଛି । ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ହୋମଗାର୍ଡ ସଂଘ ସଦସ୍ୟ ସାଫରିନ ଖାନ୍, ଉପେନ୍ଦ୍ର ଭଞ୍ଜ, ପ୍ରତାପ କୁମାର ସାହାଣୀ, ସ୍ବାଧିନ କୁମାର ଦିଗାଲ, ଅଜିତ କୁମାର ପ୍ରଧାନ, ସଦର ଥାନାରେ କାର୍ଯ୍ୟରତ ଏ ,ଏସ୍,ଆଇ, ହରେକୃଷ୍ଣ ମିଶ୍ର, ସଞ୍ଜୟ କୁମାର ବିଶୋଇ ଉପସ୍ଥିତ ରହି ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସୁବିଧା ଅସୁବିଧା ରେ ସଂଘ ସାହାର୍ଯ୍ୟ କରିବ ବୋଲି ଆଶ୍ଵାସନା ଦେଇଛନ୍ତି । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପାଇଁ ଲାଗୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ପ୍ରକାଶ କରିଛନ୍ତି ସଂଘ କର୍ମକର୍ତ୍ତା l

ad-week
Leave A Reply

Your email address will not be published.