
ଫୁଲବାଣୀ :ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ସପ୍ତମ ଆଭାସୀ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ମଧମୁଗ୍ଧକର ବସନ୍ତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସୁଦୂର ଯୁକ୍ତରାଷ୍ଟ୍ର ଆମେରିକା ରୁ ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ ଯୋଗଦେଇଥିଲେ।ଭାରତୀୟ ସମୟ ସନ୍ଧ୍ୟା ୬ଟା ଏବଂ ଆମେରିକା ସମୟ ଦିନ ୯.୩୦ମିନିଟ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ ଜଣେ ବୈଜ୍ଞାନିକ, ଚିତ୍ରଶିଳ୍ପୀ, ସୁଲେଖକ ଓଡ଼ିଆ ଭାଷା ସାହିତ୍ୟ କୁ ଭଲପାଉଥିବା ନିଆରା ବ୍ୟକ୍ତିତ୍ବ। ଆଲୋଚନାର ପ୍ରସଙ୍ଗଥିଲା-“ଓଡ଼ିଆ କବିତା ଓ ଓଡ଼ିଆ ଭାଷାର ନବୀକରଣ’।
ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଡ.ବିରଞ୍ଚି ନାରାୟଣ ସାହୁ ଅତିଥିଙ୍କ ପରିଚୟ ସହ ସନ୍ଧ୍ୟା ଆସରକୁ ଆରମ୍ଭ କରିଥିଲେ।ସପ୍ତମ ଆସରରେ ସଭାପତିତ୍ବ ଦାୟିତ୍ୱ ଶ୍ରୀଯୁକ୍ତ ସୀମାଞ୍ଚଳ ରଣା ଅନୁଷ୍ଠାନର ଭପସଭାପତି ବାଙ୍ଗାଲୋର ରୁ ମଞ୍ଚ ପରିଚାଳନା କାର୍ଯ୍ୟ ତୁଲାଇଥିଲେ କରିଥିଲେ।ଅତିଥି ଙ୍କ ଭାଷଣ ପରେ କବିତା ଆସରକୁ ସରସ ସୁନ୍ଦର କରିବା ପାଇଁ କବିତା ର ସଂଯୋଜନା ଦାୟିତ୍ୱ ଅନୁଷ୍ଠାନର ସହଯୋଗୀ ସଂପାଦିକା ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ,ଶାଳପର୍ଣ୍ଣୀର ମାର୍ଗଦର୍ଶିକା ଡ.ମଧୁମିତା ଷଡ଼ଙ୍ଗୀ ତୁଲାଇଥିଲେ ଏବଂ ଶାଳପର୍ଣ୍ଣୀ ର ବିବରଣୀ ପାଠ ଅନୁଷ୍ଠାନର ସଂପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ର କରିଥିଲେ। ଉକ୍ତ ଆସରରେ ଓଡିଶା ର ବିଭିନ୍ନ ପ୍ରାନ୍ତର ରୁ ଏବଂ ବାଙ୍ଗାଲୋର କର୍ଣ୍ଣାଟକ ତଥା ଯୁକ୍ତରାଷ୍ଟ୍ର ଆମେରିକା ରୁ ୨୫ ଜଣ ଲେଖକ ଲେଖିକା ଯୋଗ ଦେଇ କବିତା ପାଠ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ (ଆମେରିକା),ବାଙ୍ଗାଲୋର ରୁ ସୀମାଞ୍ଚଳ ରଣା,ପ୍ରଜ୍ଞା ପାରମିତା ସାହୁ , ଦିଲ୍ଲୀରୁ ଅକ୍ଷୟ ଓଝା, ଓଡ଼ିଶାରୁ ଡକ୍ଟର ମଧୁମିତା ଷଡ଼ଙ୍ଗୀ, ରାକେଶ ମହାନ୍ତି, ଅନୀଲ କୁମାର ପ୍ରଧାନ, ଶ୍ରୀମତୀ ସଂଯୁକ୍ତା ସରଣ,ଶ୍ରୀମତୀ ସ୍ବାଗତିକା ସାହୁ, ଡକ୍ଟର ସତ୍ୟ ନାରାୟଣ ପଟ୍ଟନାୟକ, ଡ.ହରପ୍ରିୟା ମହାନ୍ତି, ଅନୀଲ କୁମାର ପ୍ରଧାନ, ରୀତା ଅପରାଜିତା ମହାନ୍ତି,କଳ୍ପନା ପରିଡା, ହେମନ୍ତ ନାଏକ,ପ୍ରଣବ ପାଟ୍ଟଯୋଶୀ, ଶ୍ରୀମତି ପ୍ରଭାତୀ ପାତ୍ର,ଆଶିଷ କୁମାର ବେହେରା, ଡ.ବିରଞ୍ଚି ନାରାୟଣ ସାହୁ ଇତ୍ୟାଦି। ଆସରର ପରିସମାପ୍ତିରେ ଶାଳପର୍ଣ୍ଣୀର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ