ଭୋଟ ବର୍ଜନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ ସାଧାରଣ ସମ୍ପାଦକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବୁଢ଼ାଗୁଡା ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ବହୁଳ ଗାଁ ସ୍ଵାଧୀନତାର ବହୁବର୍ଷ ବିତି ଯାଇଥିଲେ ମଧ୍ୟ ମାଣ୍ଡେ ମହା ଗାଁକୁ ରାସ୍ତା ନାହିଁ l ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ପାଖକୁ ଧାଇଁ ଧାଇଁ ଲିଖିତ ଆକାରରେ ଦେଇଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ଭୋଟ ବେଳେ ସରପଞ୍ଚ, ବିଧାୟକ ଓ ସାଂସଦ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ନିଅନ୍ତି l ଭୋଟ ସରିଲେ ସେମାନଂକ ଦେଖା ମିଳେନି l ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ କହିଲେ ଜାଗ୍ରତ କନ୍ଧମାଳ ଓଡିଶାର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ଓ ଉପସଭାପତି ପ୍ରେମାନନ୍ଦ ମାଝୀଙ୍କ ସମ୍ମୁଖରେ l ଏଥି ସହିତ ପୂର୍ବତନ ୱାର୍ଡ଼ ମେମ୍ବର ଗଣ୍ଡ ପ୍ରଧାନ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେଇଥିବା ଉଲ୍ଲେଖ କରି ଭୋଟ ପାଇଁ ଆସିଲେ ସେମାନଙ୍କୁ ପଚାରିବୁ ବୋଲି କହିଥିଲେ l ଦୁଇ ଗୋଟି ନାଳ ଦୁଇଟି ଛୋଟ ପାହାଡ଼ ଅତିକ୍ରମ କରି ଯିବାକୁ ପଡିଥାଏ ଗ୍ରାମକୁ l ରାସ୍ତା ଠାରୁ ଗୋଟିଏ କିଲୋମିଟର ଦୂରତା ଏହି ଗାଁ l ପିଲାମାନେ ସ୍କୁଲକୁ ଯିବାକୁ ଅସୁବିଧା ଗର୍ଭବତୀ ମା ମାନଙ୍କ କଥା କହିଲେ ନସରେ l ଦୁଇ କିମି ଖଟିଆ ରେ ବୁହା ହୋଇ ଆସିଲେ ତଳସାହି ଡଗମହା ଗ୍ରାମକୁ ସେଠି ସାମାନ୍ୟ ଉପଚାର l ଅଙ୍ଗନବାଡି ଓ ସ୍କୁଲକୁ ରାସ୍ତା ନଥିବାରୁ ଛୋଟ ପିଲା ଆସୁନାହାନ୍ତି l ଏଣୁ ତଳସାହି ଡଗମହା ଗ୍ରାମ ଠାରୁ ମାଣ୍ଡେମାହା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଦାବୀ କରି ଆସୁଥିଲେ l ଦାବି ପୂରଣ ନହେବାରୁ ଭୋଟ ବର୍ଜନ କରିବାକୁ ପ୍ରସ୍ତୁତ ହୋଇଥିଲେ ଗ୍ରାମବାସୀ l

ଏହି ଅବସରରେ ଜାଗ୍ରତ କନ୍ଧମାଳ ଓଡ଼ିଶାର ସାଧାରଣ ସମ୍ପାଦକ ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା ସେମାନଙ୍କୁ କଥା ଦେଇ ଭୋଟ ବର୍ଜନ ନ କରିବାକୁ ପରାମର୍ଶ ଦେଇଥିଲେ l ଏବଂ ନିର୍ବାଚନ ପରେ ଜିଲ୍ଲପାଳଙ୍କ ଦୃଷ୍ଟିକୁ ନେଇ ତଳସାହି ଡଗମାହା ଠାରୁ ମାଣ୍ଡେମାହା ଏବଂ ତଳ ସାହି ଡଗମାହା ଠାରୁ ଉପର ଡଗମାହାକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ lଜାକବ ପ୍ରଧାନ, କିରଣ ପ୍ରଧାନ, ଜୋଶେଫ ପ୍ରଧାନ, ରଜନୀ ପ୍ରଧାନ, ଗାଦି ପ୍ରଧାନ, ଶିବନ୍ତି ପ୍ରଧାନ, ଉପଜୀନି ପ୍ରଧାନ, ଶାନ୍ତି ଲତା ପ୍ରଧାନ, ଉତ୍ତମ ପ୍ରଧାନ, ଟମକା ପ୍ରଧାନ, ରେଜୁ ପ୍ରଧାନ, ମଦନ ପ୍ରଧାନ, ସୁନୀଲ ପ୍ରଧାନ, ରାଜୀବ ପ୍ରଧାନ, କନିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.