ଉଲିବୁରୁ ଖଣି ଦୁର୍ନୀତି ମାମଲା, ଗୁପ୍ତା ବ୍ରଦର୍ସଙ୍କୁ ଇଡି ଟିମ ର ଜେରା

add-all

ଭୁବନେଶ୍ବର: ଉଲିବୁରୁ ଖଣି ଦୁର୍ନୀତି ମାମଲା ଘାଣ୍ଟୁଛି ଇଡି। ଦୁଇ ଭାଇ ଦୀପକ ଗୁପ୍ତା ଓ ଚାମ୍ପକ ଗୁପ୍ତାଙ୍କୁ ମାରାଥନ ଜେରା କରୁଛି ଇଡି ଟିମ। ୧୮ ଶହ କୋଟି ଦୁର୍ନୀତି ମାମଲାର ଖୋଳତାଡ଼ କରୁଛି ଇଡିର ଏକ ସ୍ବତନ୍ତ୍ର ଟିମ୍। ଦୁଇ ସପ୍ତାହ ତଳେ ଏହି ଲିଙ୍କ୍ ରେ କୋଲକାତା ଏବଂ ଓଡ଼ିଶାର ୧୨ ଟି ସ୍ଥାନରେ ଏକାକାଳୀନ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ୩୦ ଲକ୍ଷ ଟଙ୍କା ଓ ୧.୨୩ କୋଟିର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିଲା I ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିବାକୁ ଇଡି ପକ୍ଷରୁ ପିଏମଏଲଏ କୋର୍ଟରେ ଆବେଦନ ହୋଇଥିବା ବେଳେ କୋର୍ଟ ଏହାକୁ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.