ମୌଳିକ ସୁବିଧାରୁ ବଞ୍ଚିତ କପସାଭଟ୍ଟା ଗ୍ରାମର ଶତାଧିକ ଗ୍ରାମବାସୀ

youtube

ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ବିଭିନ୍ନ ଯୋଜନା ମାଧ୍ୟମରେ, ତାହା ସାଧାରଣ ଜନତାଙ୍କ ପାଖର ପହଞ୍ଚି ପାରଛି ତ ସରକାର ମୋ ଜମି ଯୋଜନା କରି ଭୂମିହୀନ ପରିବାରଙ୍କୁ ଜମି ଯୋଗାଇବ ବୋଲି କହିଥିଲେ, କିନ୍ତୁ ତାହା କେତେ ଦୂର ସମ୍ଭବ ହୋଇ ପାରିଛି ? ଭାରତ ସରକାର ସ୍ୱାଭିମାନ ଭାରତ ଗଡ଼ିବା ପାଇଁ ବିଭିନ୍ନ ଯୋଜନା କରି କାର୍ଯ୍ୟ କରୁଛନ୍ତି, କିନ୍ତୁ କପସାଭଟ୍ଟା ଗ୍ରାମରେ ସରକାରଙ୍କ କୌଣସି ସୁଯୋଗ ସୁବିଧା ପହଞ୍ଚି ପାରୁ ନାହିଁ ଏମାନେ କଣ ଭାରତ ବାହାରେ ? ଶୋକାତୁର, ଦୁଃଖ୍ୟ ଦାୟକ, ବେଦନା ଭରା ଦୃଶ୍ୟ ଦେଖି ବାକୁ ମିଳିଛି କପସା ଭଟ୍ଟା ଗ୍ରାମରେ। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲାର, ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିଆଭଟ୍ଟା,ଲ କଟିପାଖନା ଗ୍ରାମରେ ୧୩/୮/୨୦୨୨ ତାରିଖରେ ବୁର୍ଜା ପଞ୍ଚଯାତ ବନ ସୁରକ୍ଷା ସମିତି ୪୦ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ଚାଷୀଙ୍କର ଶହ ଶହ ଏକର ମକ୍କା ଗଛ କାଟି ପକାଇବା ସହ ଗାଇଁ ଗୋରୁ ଚରାଇ ନଷ୍ଟ କରିଦେଇ ଥିଲେ, ସେହିଦିନଠାରୁ ସେମାନେ ବିଭିନ୍ନ ଅଫିସ ଅଦାଲତରେ ତାଙ୍କର ସମସ୍ୟା ଜଣାଇବା ସହ ଗୁହାରି କରି ଆସୁଛନ୍ତି,କିନ୍ତୁ ଅଫିସର ବାବୁ ମାନେ ପ୍ରତିଶୃତି ଦେଉଛନ୍ତି,ସେହି ପ୍ରତିଶୃତି କେବଳ କାଗଜ କଲମ ରେ ରହିଯାଉଛି।ଏହା କାର୍ଯ୍ୟ କ୍ରମରେ ତାହା କିଛି ହେଉନାହିଁ। ବର୍ତ୍ତମାନ ସେମାନଙ୍କର ଭଗବାନ ସାହାଭରସା, ଗ୍ରାମରେ ୩୫ଘର, ସହ ୧୦୫ଲୋକ ବସବାସ କରୁଛନ୍ତି। ତାଙ୍କର ଆଉ ଦୁଇଟା ସାହି ଶୀତଳ ଡଙ୍ଗରି, ସରିଆଭଟ୍ଟା ମିଶି ମୋଟ ୭୧ଘର ଥିବାଯାଗାରେ ୨୦୦ ଜନସଂଖ୍ୟା ବସବାସ କରୁଛନ୍ତି, କିନ୍ତୁ ବଡ଼ ଦୁଃଖ, ଏବଂ ବେଦନା ନେଇଁ ସେମାନେ ବସବାସ କରୁଛନ୍ତି। ଆଜି ପର୍ଯନ୍ତ ସରକାରଙ୍କ ତରଫରୁ ଜମି ଜାଗା ପାଇବା ତୋ ଦୂରର କଥା, ସେହି ଗାଁ ରେ ନା ଅଛି ଅଙ୍ଗନୱାଡି ଘର, ନା ଅଛି ବିଦ୍ୟାଳୟ, ନା ଅଛି ଗ୍ରାମରେ ଯିବା ପାଇଁ ରାସ୍ତା, ମୌଳିକ ସୁବିଧାରୁ ସମ୍ପୂର୍ଣ ବଞ୍ଚିତ ଅଛନ୍ତି । ଗ୍ରାମରେ ରାସ୍ତା ତିଆରି ପାଇଁ ୬ମାସ ପୂର୍ବରେ ଏକ ନାମଫଳକ ତିଆରି କରି ଅଧା ଅଧୁରା କରି ଲେଖି ଛାଡ଼ିଛନ୍ତି। କେଉଁ ଠିକାଦାର, କେଉଁ ପାଣ୍ଠି କେତେ ଅର୍ଥ କିଛି ଲେଖା ଯାଇନାହିଁ। ରାସ୍ତାଟି ଅଧା କରି ଛାଡ଼ିଦେଇଛନ୍ତି। ଠିକ ସେହିଭଳି ଏକ ଗୋଷ୍ଠି ଗୃହ ନିର୍ମାଣ କରୁଛନ୍ତି, ଫଳକନାମା ବୋର୍ଡ ରେ କିଛି ଲେଖି ନାହାନ୍ତି। ଗୃହଟି ଛୋଟିଆ ଟିଣ ଘରରେ କରୁଛନ୍ତି। ଏହା କେତେ ଦୂର ଠିକ ତାହା ସାଧାରଣ ଜନତା ବିଚାର କରିବେ, ଗ୍ରାମ ବାସୀଙ୍କ କହିବା ଅନୁସାରେ, ଜଙ୍ଗଲ ଅଧିକାର ଆଇନ ୨୦୦୬ଓ ସଂଶୋଧନ ଆଇନ ୨୦୧୨ନିୟମ ଅନୁଯାଇ ଆମର ଚାରି ଖଣ୍ଡ ଗାଁରେ ଜଙ୍ଗଲ ଅଧିକାର କମିଟି FRC କମିଟି ଗଠନ କରାଯାଇ,ଗ୍ରାମ ଗୁରିକୁ ରାଜସ୍ୟ ମାନ୍ୟତା ଦେବା ସହ, ବ୍ୟକ୍ତିଗତ ଅଧିକାର ଦିଆଯାଉ। ଆମର ଦାବି ଗୁଡ଼ିକ ପୂରଣ ନ କଲେ ଆଗାମି ଦିନରେ ରାଜ ରାସ୍ତାରେ ଓଲ୍ଲାଇବା ସହ ଆନ୍ଦୋଳନ ଜୋର କରିବା ସହ, ଭୋଟ ବର୍ଜନ କରିବା ପାଇଁ ସଜ ବାଜ ହେଉଛନ୍ତି। ଏହି ଗ୍ରାମରେ କେବଳ ନିର୍ବାଚନ ବେଳେ ନେତା ମାନଙ୍କ ଦେଖା ମିଳେ। ହେଲେ ଜିଲ୍ଲାରେ ଥିବା ସରକାରଙ୍କ ଦାୟିତ୍ୱବାନ ବାବୁ ମାନଙ୍କ ଗ୍ରାମରେ ଆଜି ସୁଦ୍ଧା ପାଦ ପଡିନାହିଁ। ବିକାଶ ନାମରେ ଏଥର ଭୋଟ ମାଗିବା ରାଜନୈତିକ ଦଳ ମାନଙ୍କୁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଲାଣି ।

Leave A Reply

Your email address will not be published.