JMM ଛାଡି ସଙ୍ଗେ ସଙ୍ଗେ ବିଜେପିରେ ସାମିଲ ହେଲେ ସୀତା ସୋରେନ୍‌

add-all

ବିଜେପିରେ ସାମିଲ ହେଲେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌। କିଛି ସମୟ ପୂର୍ବେ ସେ ଜେଏମ୍‌ଏମ୍‌ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍‌ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି।

ବିଜେପିରେ ସାମିଲ ହେବା ପରେ ସୀତା ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଆଜି ମୁଁ ବିଶାଳ ପରିବାରରେ ସାମିଲ ହୋଇଛି। ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ପୂରା ଭାରତ ଓ ବିଶ୍ୱକୁ ପ୍ରଭାବିତ କରୁଛି। ଚାରିଆଡେ ବିକାଶର କାର୍ଯ୍ୟ ଚାଲିଛି। ସମସ୍ତେ ମିଳିତ ଭାବେ ଦେଶର ବିକାଶରେ ସହଯୋଗ କରୁଛନ୍ତି। ଆଜି ସମସ୍ତେ ଏହି ପରିବାରରେ ଯୋଗ ଦେଉଛନ୍ତି। ଝାଡଖଣ୍ଡ ଆଜି ବି ବିକାଶ ଠାରୁ ବହୁ ଦୂରରେ। ଆମକୁ ଝାଡଖଣ୍ଡକୁ ବଞ୍ଚାଇବାକୁ ପଡିବ ଏବଂ ନ୍ୟାୟ ଦେବାକୁ ହେବ। ସେଥିପାଇଁ ମୁଁ ମୋଦି ଜି’ଙ୍କ ପରିବାରରେ ଯୋଗ ଦେଇଛି।’

ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ। ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଓ ଷଡଯନ୍ତ୍ର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି।

ad-week
Leave A Reply

Your email address will not be published.