କୋରାପୁଟ ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆଲୋଚନା

add-all

ଭୁବନେଶ୍ବର: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପ୍ରଦୀପ ମାଝୀ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଉମଟକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡି ନେତା ମାନସ ମାଡକାମି, ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଆଜି କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ।ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ଓ ଦିବ୍ୟଶଙ୍କର ମିଶ୍ର ଏହି ବୈଠକରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.