ସଦଗୁରୁ ଜଗି ବାସୁଦେବଙ୍କର ହେଲା ମସ୍ତିଷ୍କ ସର୍ଜରୀ

add-all

ଦିଲ୍ଲୀରେ ଥିବା ଆପୋଲୋ ହସ୍ପିଟାଲରେ ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ ଜଗି ବାସୁଦେବଙ୍କର ହଠାତ୍‌ ମସ୍ତିଷ୍କ ସର୍ଜରୀ ହୋଇଛି। ପ୍ରଥମେ ତାଙ୍କ ମସ୍ତିଷ୍କରେ ଫୁଲା ସହ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ମାର୍ଚ୍ଚ ୧୭ରେ ଏହା ଜଣାପଡ଼ିବା ପରେ ସଦଗୁରୁଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ସେଠାରେ ତାଙ୍କର ତତ୍କାଳ ବ୍ରେନ ସର୍ଜରୀ କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ସଦଗୁରୁ ବେଶ କିଛି ଦିନ ହେବ ମୁଣ୍ଡରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ସେ ଡାକ୍ତର ବିନୀତ ସୁରୀଙ୍କ ପାଖକୁ ଯାଉଥିଲେ। ଡାକ୍ତର ସୁରୀ ତାଙ୍କୁ ମସ୍ତିଷ୍କର ଏମଆରଆଇ କରିବାକୁ କହିଥିଲେ। ଏମଆରଆଇ କରିବା ପରେ ତାଙ୍କ ମୁଣ୍ଡ ଭିତରେ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। 

ସଦଗୁରୁ ସମୟ ବିତିବା ସହ ଆହୁରି ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରବଳ ମୁଣ୍ଡ ଯନ୍ତ୍ରଣା ଓ ବାନ୍ତି ଯୋଗୁ ୧୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି ସ୍କାନ ସମୟରେ ପ୍ରବଳ ରକ୍ତସ୍ରାବ ସହ ମସ୍ତିଷ୍କରେ ବଡ଼ଧରଣର ଫୁଲା ରହିଥିବା ମଧ୍ୟ ଜଣାପଡ଼ିଥିଲା।

ଏହା ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥିଲା। ଶେଷରେ ସଦଗୁରୁଙ୍କ ଜରୁରିକାଳୀନ ମସ୍ତିଷ୍କ ସର୍ଜରୀ ପାଇଁ ନିଷ୍ପତ୍ତି ହୋଇଥିଲା। ଆପୋଲୋ ହସ୍ପିଟାଲର ଡାକ୍ତର ବିନୀତ ସୁରୀ, ଡାକ୍ତର ପ୍ରଣବ କୁମାର, ଡାକ୍ତର ସୁଧୀର ତ୍ୟାଗୀ ଓ ଡାକ୍ତର ଏସ୍‌ ଚାଟାର୍ଜୀଙ୍କ ଟିମ ତାଙ୍କର ତତ୍କାଳ ବ୍ରେନ ସର୍ଜରୀ କରିଛନ୍ତି। ସର୍ଜରୀ ପରେ ସଦଗୁରୁ ଭେଣ୍ଟିଲେଟରରୁ ବାହାରିଛନ୍ତି। 

ଏବେ ସେ ବେଶ ପ୍ରଭାବୀ ଢଙ୍ଗରେ ସୁସ୍ଥ ହେଉଛନ୍ତି। ସର୍ଜରୀ ଯୋଗୁ ତାଙ୍କ ମୁଣ୍ଡ, ଶରୀରର ଓ ଅନ୍ୟ ସମସ୍ତ ପ୍ରମୁଖ ଅଙ୍ଗଗୁଡ଼ିକ ଠିକ ଭାବେ କାମ କରିବା ଆରମ୍ଭ କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.