ଦିବ୍ୟାଙ୍ଗ ନାବାଳିକା ଆସିନ୍ତା ଗଣ୍ଡ କୁ ମିଳୁନି ସରକାରୀ ସହାୟତା…

ପ୍ରଶାସନ ର ନିଦ ଭାଙ୍ଗିବ କେବେ…??? ଲାଞ୍ଚ ନାହିଁ ତ ସରକାରୀ ସୁଭିଧା ନାହିଁ…!

youtube


ଉମରକୋଟ (୨୧/୦୩/୨୦୨୪) ଦିବ୍ୟାଙ୍ଗ ନାବାଳିକା ସରକାରୀ ସହାୟତା ରୁ ବଞ୍ଚିତ। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦେବାଗାଁ ପଂଚାୟତ ଅନ୍ତର୍ଗତ ବିରସାଡ଼ି ଗ୍ରାମରେ ଥିବା ଲଖି ଗଣ୍ଡଙ୍କ ଝିଅ ଯାହାର ବୟସ ୮ ବର୍ଷ, ଝିଅ ଆସିନ୍ତା ଗଣ୍ଡ ଯିଏ କି ଜନ୍ମରୁ ଭିନ୍ନକ୍ଷମ ଉଠି ବସି ପାରୁନି ସରକାର ଦିବ୍ୟାଙ୍ଗ ଭିନ୍ନକ୍ଷମଙ୍କ ପାଇଁ ମାଳ ମାଳ ଯୋଜନା କରିଥିବା ବେଳେ ଏହି ୮ ବର୍ଷର ନାବାଳିକା ପାଖେ ଆଜି ଯାଏ ପହଞ୍ଚିପାରିନି କୌଣସି ସରକାରୀ ସୁଭିଧା, ବାପା ଲଖି ଗଣ୍ଡ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଯେନ ତେନ ପ୍ରକାରେ କୁଲି କାମ କରି ନିଜର ପରିବାର ପୋଷନ କରନ୍ତି।ନିଜର ପରିବାରର ପରିସ୍ଥିତି ମଧ୍ୟ ଭଲ ନାହିଁ ଦିନେ ଖାଇଲେ ପରବର୍ତ୍ତୀ ଦିନେ ଘରେ କିଛି ନ ଥାଏ। ଏହି ପରି ଦୁଃଖରେ ଥିବା ବେଳେ ଭିନ୍ନକ୍ଷମ ଛୁଆକୁ ନେଇ ଚିନ୍ତାରେ ପରିବାର ଲୋକେ, ଆସିନ୍ତା ଗଣ୍ଡ ମା କୋଳରେ ସାହାରା ହୋଇ କେବେ କେବେ ବିଦ୍ୟାଳୟ କୁ ଯାଏ । ସେ ବର୍ତ୍ତମାନ ଦ୍ଵିତୀୟ ଶ୍ରେଣୀ ରେ ପାଠ ପଢୁଛି, ପରିବାର ଲୋକେ ବହୁତ କଷ୍ଟରେ ତାଙ୍କୁ ଲାଳନ ପାଳନ କରୁଥିବା ବେଳେ ଶିକ୍ଷା ବିଭାଗ ତରଫରୁ ମଧ୍ୟ କୌଣସି ସାହାଯ୍ୟ ମିଳିପାରି ନାହିଁ। ଦିନକୁ ଦିନ ଝିଅ ବଡ଼ ହେବାକୁ ଲାଗିଲାଣି କିନ୍ତୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା କରି ପାରୁନି ଚଲା ବୁଲା ମଧ୍ୟ କରି ପାରୁନି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ହେଲେ ପରିବାର ଲୋକେ କୋଳରେ ଧରି ବୋହି ନେବା ଆଣିବା କରନ୍ତି। ହୁଇଲ ଚେୟାର ଟିଏ ମଧ୍ୟ ନାହିଁ ଏହି ବିଷୟରେ ବାରମ୍ବାର ପରିବାର ଲୋକେ ବ୍ଲକ କାର୍ଯ୍ୟାଳୟରେ ଯାଇ ଅଭିଯୋଗ କରି ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଶନ କରୁଥିବା ବେଳେ କିଏ ତାଙ୍କ ଅଭିଯୋଗ ଶୁଣୁ ନ ଥିବାରୁ ପରିବାର ଲୋକେ ଆମ ନିସର୍ତ ପ୍ରତିନିଧି ଆଗରେ ପ୍ରକାଶ କହିଛନ୍ତି। ଯଥାଶୀଘ୍ର ସରକାରଙ୍କ ତରଫରୁ ଭିନ୍ନକ୍ଷମ ଆସିନ୍ତାଙ୍କ ପାଇଁ ଯାହା କିଛି ସରକାରୀ ସୁଯୋଗ ସୁବିଧା ପାଇଁ ପାରିବ, ପ୍ରଶାସନ ପାଖରେ ଗ୍ରାମର ସମସ୍ତ ଗ୍ରାମବାସୀ ଆସିନ୍ତା ଗଣ୍ଡଙ୍କୁ ଯୋଗେଇ ଦେବାକୁ ଦାବୀ କରିଛନ୍ତି।

Leave A Reply

Your email address will not be published.