ଯୋଗ ହିଁ ମଣିଷର ମାନସିକତାକୁ ସନ୍ତୁଳିତ ରଖି ଏକ ସୁସ୍ଥ ଜୀବନ ଗଠନ କରିବାର ମୂଳମନ୍ତ୍ର

Independence

ମହାନ୍ ସଂଘ ପକ୍ଷରୁ ଯୋଗ ସଚେତନତା ନେଇ ବିଶାଳ କାର୍ଯ୍ୟ କ୍ରମ ୨୨ ମାର୍ଚ୍ଚ ରେ “ଯୋଗ ଉତ୍ସବ ୨୪”
ବ୍ରହ୍ମପୁର ୨୦/୩ : ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ,ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ବିଶ୍ବ ଯୋଗ ଦିବସ କୁ ଆଖି ଆଗରେ ରଖି “ଯୋଗ ଉତ୍ସବ ୨୪” ପାଳନ ପରିପ୍ରେକ୍ଷୀରେ ଶହେ ଦିନିଆ ଯୋଗ ର ମୂଲ୍ୟବୋଧ ଉପରେ ଆଲୋକପାତ କରିବା ନିମନ୍ତେ ଭାରତର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରିବା ନିମନ୍ତେ ନିଷ୍ପତି ହୋଇଛି। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ମୋରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ବପକ୍ଷରୁ ଗତ ମାର୍ଚ୍ଚ ୧୩ ତାରିଖ ଦିନ ଯୋଗ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଓଡିଶାରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ମାର୍ଚ୍ଚ ୨୨ ସକାଳ ୮ ଘଟିକା ରୁ ସରସ୍ଵତି ଡିଗ୍ରୀ ବିଦ୍ୟା ମନ୍ଦିର ନିଳକଣ୍ଠ ନଗର ଠାରେ ଏକ ହଜାର ରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଯୋଗ ଉତ୍ସବ ୨୪ ମୋରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ସହୋଜୋଗରେ ଅନୁଷ୍ଟିତ ହେବ।ଉସ୍ତବ୍ କୁ ସଫଲ୍ କରିବା ଉପଲକ୍ଷେ ହୋଟେଲ ଗାୟତ୍ରୀ ସମ୍ମିଳନୀ ପ୍ରକୋଷ୍ଠ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅଧ୍ୟକ୍ଷତା କରି ମହାନ୍ ସଂଘ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ବିସ୍ତୃତ ଭାବେ ସୂଚନା ଦେବା ସହ,ଯୋଗ ହିଁ ମଣିଷର ମାନସିକତା କୁ ସନ୍ତୁଳିତ ରଖି ଏକ ସୁସ୍ଥ ଜୀବନ ଗଠନ ର ମୂଳ ମନ୍ତ୍ର ଏଣୁ ଯୋଗ ସଚେତନତା ନେଇ ବିଶାଳ କାର୍ଯ୍ୟ କ୍ରମ କାଲି କରିବା ସହ, ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟ କ୍ରମ ବ୍ୟାପକ ଭାବେ ସଂଘ ତରଫରୁ ଆୟୋଜନ କରାଯିବା ବୋଲି ସୂଚନା ଦେଇଛନ୍ତି। ୨୨ ମାର୍ଚ୍ଚ ସକାଳ ୮ ଘଟିକରେ କାର୍ଯ୍ୟକ୍ରମ ଉଦ୍ଘାଟନ ଓ ପରେ ପରେ ଯୋଗ ଉପରେ ଆଲୋଚନା , ପ୍ରତିଯୋଗିତା , ଯୋଗ ତାଲିମ, ଯୋଗ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବବୋଲି ସଂଘ ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ସୂଚନା ଦେଇଥିଲେ। ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିବା ବେଳେ, ମହାନ୍ ସଂଘ ମହିଳା ବିଭାଗ ସଭାନେତ୍ରୀ ଶ୍ରୀମତୀ ଦେବୀପ୍ରଭା ରଥ, ପ୍ରକ୍ଲପ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁ ପାଣିଗ୍ରାହୀ,ବରିଷ୍ଟ ସଦସ୍ୟ ଶ୍ରୀ ସୀମାଞ୍ଚଲ୍ ପାଣିଗ୍ରାହୀ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ , ଶ୍ରୀ ମନରଞ୍ଜନ୍ ପାଢ଼ୀ, ଡ. ସନ୍ଧ୍ୟା ପଟ୍ଟନାୟକ, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ ପ୍ରମୁ ଖ ଉପାସିତ ଥିଲେ।

ad-week
Leave A Reply

Your email address will not be published.