ସେନସଭଲର ୨୪ତମ ବାର୍ଷିକ ଉତ୍ସବ ପାଳିତ

add-all


ଫୁଲବାଣୀ : ଜନ ସାଧାରଣ ଓ ସରକାରଙ୍କ ମଧ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ସେତୁ ଭଳି କାର୍ଯ୍ୟକରେଯାହା।ଫଳରେ ସରକାର ଓ ଜନସାଧାରଣ ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ପାଏ।ସରକାରୀ କଳ ଯେଉଁ କାମ କରିବାକୁ ବର୍ଷ ବର୍ଷ ଲାଗିଯାଏ , ସ୍ବେଛାସେବୀ ଅନୁଷ୍ଠାନ ଗୁଣାତ୍ମକ କାମ କରି କେତୋଟି ମାସରେ ତାକୁ ଶେଷ କରିଦିଏ । ସମାଜର ପଛୁଆ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁସର୍ବଦା ପ୍ରୟାଶ କରିଥାଏ।ଏହି ଅବସରରେ ଉତ୍କଳ ସ୍ୱଛାସେବୀ ଅନୁଷ୍ଠାନ ସେନସଭଲର ୨୪ତମ ପ୍ରତିଷ୍ଠା ଉତ୍ସବ ଟିକାବାଲି ଦାସାଗୁଡା ଠାରେ ଅନୁଷ୍ଠିତ ହୋଇଛି।ସଂନ୍ଧ୍ୟାରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଛି।ଅନୁଷ୍ଠାନର ପ୍ରତିଷ୍ଠା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଅନୁଷ୍ଠାନର ଉତଥାନ ପତନ , ଅନୁଷ୍ଠାନର କମିଟି ସଦସ୍ୟ ଓ ଜନ ସାଧାରଣଙ୍କ ସକ୍ରିୟ ସହଯୋଗରେ ଆଗକୁ ଚାଲୁଥିବା କହିଥିଲେ।ସ୍ୱଛାସେବୀ ଅନୁଷ୍ଠାନ ଲୋକଙ୍କୁ ପରୋପକାର, ଦେବାର ମାନସିକତା, ବିପଦ ସମୟରେ ପାଖରେ ଠିଆହେବା,ଏକତା ଓ ସଂହତି ରକ୍ଷା କରିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା ଇତ୍ୟାଦି ଶିଖାଇଥାଏ।ନେସନ୍ୟାଲ କ୍ୟାଡେଟ ସ୍କିମ ପୂର୍ବତନ ସଦସ୍ୟମାନଙ୍କୁ ନେଇ ସେନସଭଲ ୨୦୦୦ ମସିହାରେ ଗଠନ କରାଯାଇଛି।ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା,ମୃତ୍ତିକା ସଂରକ୍ଷଣ, ବୃକ୍ଷ ରୋପଣ,ପରିବେଶ ସୁରକ୍ଷା, ବନ୍ୟଜନ୍ତୁ, ଜଳ ସଂରକ୍ଷଣ,ପଶୁ ପକ୍ଷୀ, କୃଷି ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉପରେ କାର୍ଯ୍ୟ କରିଆସୁଛି।ଦାସାଗୁଡା ଓ ପ୍ରେମଝରୀ ନିକଟରେ ଜନ ସହଭାଗୀତାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ହଳଦୀ ପ୍ରକ୍ରିୟା କରଣ, ଖଲିକୁ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳଛାୟା ପ୍ରକଳ୍ପ, ୱ।ଡି ଜୀବିକା ମିଶନ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରି ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଆସୁଛି।ଆଗାମୀ ଦିନରେ କମିଟି କାର୍ଯ୍ୟକର୍ତ୍ତାଙ୍କ ଅଧିକ ସହଯୋଗ ରହିଲେ ଅଧିକ ଜନ ହିତକର କାର୍ଯ୍ୟ କରିପାରିବ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସକ୍ରିୟ କାର୍ଯ୍ୟକର୍ତ୍ତା , କୃତି ସ୍ୱଛାସେବୀ ,ସକ୍ରିୟ କର୍ମୀ ଓ ଶୁଭେଛୁ ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ସମ୍ପାଦକ ପ୍ରଶାନ୍ତ କମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନ ୨୪ବର୍ଷରେ ପହଞ୍ଚିଛି।

ad-week
Leave A Reply

Your email address will not be published.