ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୩ ହଜାର ଟଙ୍କା ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା, ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପିଡିତା ଓ ୧୨ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ବବଲୁ ନାୟକ (୨୭)କୁ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୩ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ,ତାକୁ ଆଉ ଅଧିକ ୨ ବର୍ଷ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ପିଡିତାଙ୍କୁ କ୍ଷତି ପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରା ଯିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି। ସୁଚନା ଅନୁସାରେ ବବଲୁ, ପେଷାରେ ଜଣେ ମିସ୍ତ୍ରୀ ଅଟେ। ସେ ପିଡିତାଙ୍କ ଗାଁ ରେ ଏକ ମନ୍ଦିର ରେ କାମ କରୁଥିବା ସମୟରେ ପିଡିତାଙ୍କ ସହ କଥାବାର୍ତ୍ତା ରେ ଘନିଷ୍ଠତା ବଢାଇ ଥିଲା। ପରେ ତାକୁ ବିଭିନ୍ନ ପ୍ରଲୋଭନ ସମେତ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଶାରିରୀକ ସମ୍ପର୍କ ରଖିଥିଲା। ଗତ ୨୦୨୧ ମସିହା ଜୁନ୍ ମାସ ୨୬ ତାରିଖରେ ସେ ପିଡିତାକୁ ଧମକ ଦେଇ ଡାକି ନେଇ ଅଟୋରେ ନିଜ ଘରକୁ ଯିବା ପରେ ପିଡିତାଙ୍କ ପିତାଙ୍କୁ ଫୋନ ରେ ପିଡିତାକୁ ସେ ଅପହରଣ କରିଛି ବୋଲି କହିବା ସହ ଏହି ବାବଦରେ କାହାକୁ କହିଲେ ଉଭୟଙ୍କୁ ଜୀବନରେ ମାରି ଦେବ ବୋଲି ଧମକ ଦେଇଥିଲା। ଏହା ପରେ ପିଡିତାଙ୍କ ପିତା ଗତ ୨୦୨୧ ମସିହା ଜୁନ୍ ୨୮ ତାରିଖରେ ଫିରିଙ୍ଗିଆ ଥାନାରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲେ। ଫିରିଙ୍ଗିଆ ଥାନା ପୋଲିସ ଅଭିଯୋଗ ଅନୁଯାୟୀ ଏକ ମାମଲା ୭୧/୨୦୨୧ ରୁଜୁ କରି ବବଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାର ବିଚାର କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି । ମାମଲାକୁ ପିଡିତାଙ୍କ ତରଫରୁ ସ୍ବତନ୍ତ୍ର ପୋକ୍ସୋ ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ad-week
Leave A Reply

Your email address will not be published.