ଆକ୍ସନ ମୁଡ଼ ରେ ବ୍ରହ୍ମପୁର ପୋଲିସ :୨୫ ଲକ୍ଷ ରୁ ଉର୍ଦ୍ଧ ବିଦେଶୀ ମଦ ଜବତ….

add-all

ନିସର୍ତ୍ତ ର ମହା ପ୍ରଭାବ ବ୍ରହ୍ମପୁର ପୋଲିସ ଦ୍ୱାରା ୨୫ ଲକ୍ଷ ରୁ ଉର୍ଦ୍ଧ ବିଦେଶୀ ମଦ ଜବତ….


ବ୍ରହ୍ମପୁର : ୨୨-୩ : ନିର୍ବାଚନ କୁ ଆଖି ଆଗରେ ରଖି ମାଫିଆ ମାନେ ଅବକାରୀ ବିଭାଗ କୁ ଢାଲ କରି ଗଛିତ ରଖିଥିବା ଚୋରା ମଦ ଗୁପ୍ତ ଗୋଦାମ ଉପରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ ପେଟି ପେଟି ବିଦେଶୀ ମଦ ଜବତ ଜଣେ ଗିରଫ। ଗତ ବୁଧବାର ଦିନ ନିସର୍ତ୍ତ ରେ ନିର୍ବାଚନ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଇଲା କାରେ ଗୁପ୍ତ ଗୋଦାମ ରେ ମଦ ଗଚ୍ଛିତ କରି ରଖା ଯାଇଥିବା ନେଇ ଖବର ପ୍ରକାଶ ହୋଇଥିଲା। ଆଗକୁ ସାଧାରଣ ନିର୍ବାଚନ ବିଗୁଲ ବାଜୁ ବାଜୁ ମଦ ମାଫିଆ ମାନଙ୍କୁ ଅବକାରୀ ବିଭାଗ ର କିଛି ଅଧିକାରୀଙ୍କ ଆଶୀର୍ବାଦ ମିଳିବା ପରେ ବିଭିନ୍ନ ଆଡ୍ଡା ରେ ଦେଶୀ ବିଦେଶୀ ମଦକୁ ରଖା ଯାଇଥିବା ଚର୍ଚ୍ଚା ହେଉଥିଲା। ବ୍ରହ୍ମପୁର ପୋଲିସ ର ଗୁପ୍ତ ଗୋଦାମ ର ସୁରାକ ମିଳିବା ପାଇ ଚଢ଼ାଉ ପରେ ଏହା ଠିକ ବୋଲି ପ୍ରମାଣିତ ହୋଇଛି।ଏବେ ପୋଲିସ ଆକ୍ଟିଭ ଓ ଆଲର୍ଟ ହୋଇଥିବା ଅବକାରୀ ବିଭାଗ ର କାର୍ଯ୍ୟ କରୁଛି। ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ପିକଅପ ଭ୍ୟାନ ରେ ଚୋରା ବିଦେଶୀ ମଦ ଚାଲାଣ ବେଳେ ଧରିଥଲେ। ତଦନ୍ତ ବେଳେ ଗୁପ୍ତ ଗୋଦାମ ର ସୁରାକ ପାଇ ଉକ୍ତ ଗୋଦାମ ର ତାଲା ଭାଙ୍ଗିବା ପରେ ପେଟି ପେଟି ମଦ ଦେଖି ପୋଲିସ ର ଅକଲ ଗୁଡ଼ୁମ ହୋଇଥିଲା।ଏହି ଚୋର ମଦ ମହଜୁଦ ରଖିବା ଓ ଚାଲାଣ କରିବା ଅଭିଯୋଗ ରେ ପି. ଗୋପୀ ନାମକ ଯୁବକ କୁ ଗିରଫ କରବା ସହ ଚାଲାଣ ହେଉଥିବା ପିକଅପ ଗାଡିକୁ ଜବତ କରିଛି। ଏହି ଜବତ ମଦର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। ଏହି ଘଟଣା ପଛରେ ଥିବା ମାଷ୍ଟେର ମାଇଣ୍ଡ ଓ ସହଯୋଗ କରିଥିବା ବାବୁ ମାନଙ୍କ ଖୋଜ ଖବର ପୋଲିସ କାଡୁ ଥିବା ଚର୍ଚ୍ଚା ହେଉଛି। ରାତ୍ର ସମୟ ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବିଭିନ୍ନ ଯାନବାହାନ ରେ ଚାଲାଣ ହେଉଥିବା କୁ ନେଇ ଚର୍ଚ୍ଚା ହେଉଛି। ଏହି ଚଢ଼ାଉ ପରେ ଉଭୟ ଅବାକରୀ ଓ ମାଫିଆ ମାନଙ୍କ ନିଦ ହଜାଇ ଦେଇଛି ପୋଲିସ l ପୋଲିସ ସେଠାରୁ 335 ଟି କାଟୁନ ରୁ ପ୍ରାୟ 3336.24 ଲିଟର ମଦ ସହିତ ଗୋଟିଏ ଟାଟା ପିକପ ଭ୍ୟାନ ଓଡି 07 Z 6359 ଗାଡି ଟିକୁ ଜବତ କରିବା ସହିତ ପତି ସନପୁର ର ପି. ଗୋପୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏବଂ ଏଥିରେ ଆଉ କିଏ କିଏ ଜଡିତ ଅଛନ୍ତି ପୋଲିସ ଅନୁସନ୍ଧାନ ଜାରି ରଖିଛି

ad-week
Leave A Reply

Your email address will not be published.