ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

add-all

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର ପୂର୍ବାହ୍ନରେ ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସେବାୟତମାନଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀମାନେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦେଶିନୀଙ୍କ ସହ ଜଣେ ଯୁବକ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ବାଇଶି ପାହାଚଠାରେ ସେବାୟତମାନେ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ। ପରେ ସିଂହଦ୍ୱାର ପୋଲିସ ଖବର ପାଇ ଉକ୍ତ ବିଦେଶିନୀ ଓ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିଲା।

ଏ ନେଇ ଅତିରିକ୍ତ ଏସି ସୁଶୀଲ କୁମାର ମିଶ୍ର କହିଛନ୍ତି, କି ଶ୍ରୀମନ୍ଦିର ମଧ୍ୟକୁ ଅନ୍ୟ ଧର୍ମର ଲୋକ ପ୍ରବେଶ ନ ଥିବା ସେମାନେ ଜାଣି ନ ଥିବା କହିଛନ୍ତି। ସେମାନେ ଏକ ଗ୍ରୁପରେ ଭାରତ ଭ୍ରମଣରେ ଆସିଛନ୍ତି। ତେବେ ସେମାନଙ୍କୁ ପଚାରଉଚରା କରାଯିବା ସହ ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଉଛି। ତେବେ ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟଦକ୍ଷତା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.