ଉନ୍ନୟନ କାର୍ଯ୍ୟ ନେଇ ଗ୍ୟାରେଣ୍ଟି କାର୍ଡ ଖେଳିଲା କଂଗ୍ରେସ

add-all

ମାଲକାନଗିରି: ମାଲକାନଗିରି କଂଗ୍ରେସ ଭବନ ଠାରେ କଂଗ୍ରେସର ୯ ଟି ଗ୍ୟାରେଣ୍ଟି କାମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ଯାହା ରକିନାହାନ୍ତି କଂଗ୍ରେସ ତାହା କରି ଦେଖାଇବ ବୋଲି ଗ୍ୟାରେଣ୍ଟି କାର୍ଡ ଖେଳିଛି।ସେଥିମଧ୍ୟରୁ କଂଗ୍ରେସର ଗ୍ୟାରେଣ୍ଟି ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କାକୁ ବୃଦ୍ଧି।କୃଷିଋଣ ଛାଡ଼। କୃଷକଙ୍କ ପାଇଁ ମାସିକ ପେନ୍‌ସନ୍‌ ୨୦୦୦ ଟଙ୍କା।ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ।୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ପକ୍କା।ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ପ୍ରଦାନ।ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼।
ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା। ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଓ ରାଜ୍ୟରେ ଜାତିଭିତ୍ୟିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା।

ଏହି ସବୁ ଗ୍ୟାରେଣ୍ଟି ଯଦି କଂଗ୍ରେସ ଦେଶରେ କ୍ଷମତାକୁ ଆସେ ତାହାହେଲେ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେପି ବିଜେଡିର ଶାସନରେ ଯାହା ହୋଇନାହିଁ ତାହା କଂଗ୍ରେସ କରିକି ଦେଖାଇବ ବଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମାଲା ମାଢି, ଶରତ ଚନ୍ଦ୍ର ବୁରୁଦା, ମଙ୍ଗୁ ଖିଲ, ଜି.ଶ୍ରୀନିବାସ ରାଓ, ଭୀମା ବାର୍ସେ, ପର୍ଶୁରାମ ଭକ୍ତ, ଇସାକ ଖୋସଲା, ପ୍ରାଣକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.