ଦୁର୍ଘଟଣାଗ୍ରସ୍ତ ଛାତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଇଲେ ଛତ୍ରପୁର ବିଧାୟକ

add-all

ଛତ୍ରପୁର : ଶନିବାର ଜାତୀୟ ରାଜପଥରେ ପଡ଼ିଥିବା ଦୁର୍ଘଟଣା ଗ୍ରସ୍ତ ଆହାତ ଛାତ୍ର ଙ୍କୁ ଉଦ୍ଧାର କରି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉତ୍ତମ ଚିକିତ୍ସା ନିମନ୍ତେ ନିଜ କାର ରେ ବ୍ରହ୍ମପୁର ମେଡିକାଲ ରେଚିକିତ୍ସା ନିମନ୍ତେ ଭର୍ତି କରି ମାନ ବିକତା ପରିଚୟ ଦେଖାଇଛନ୍ତି, ଉକ୍ତ ଛାତ୍ର ଜଣକ କେ. ଆରିୟାନ ତାଙ୍କ ଘର ସୋରଡ଼ା ଅଂଚଳ ର ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ କେ ଆରୀୟାନ ଓ ତାଙ୍କ ବାପା ଏକ ବାଇକ ଯୋଗେ କୋଣସି ଏକ କ୍ରୀଡା ର କୋଚିଂ ନେବା ନିମନ୍ତେ ଛତ୍ରପୁର କୁ ଆସିଥିଲେ, ପୁଣି ଛତ୍ରପୁର ରୁ ନିଜ ଘର କୁ ଫେରିବା ବେଳେ ଅନନ୍ତପୁର ଓ ଚମାଖଣ୍ଡି ଗାଁ ମଧ୍ୟ ଜାତୀୟ ରାଜପଥ ରେ ବାଇକ ରେ କେ. ଆରୀୟାନ ଙ୍କ ଗୋଡ଼ ପଶି ଦୁର୍ଘଟଣାଗ୍ରସ୍ତ ହୋଇଥିଲା , ଯାହାଫଳ ରେ ଉଭୟ ବାପା ପୁଅ ଆହାତ ଅବସ୍ଥା ରେ ରହିଥିବାବେଳେ ବିଧାୟକ ଶ୍ରୀ ବେହେରା ଛତ୍ରପୁର ରୁ ନିଜ କାର ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଏହା ଦେଖି ସଙ୍ଗେସଙ୍ଗେ ଗାଡିରୁ ଓଲ୍ହାଇ ଆହାତ ଛାତ୍ର ଆରୀୟାନ ଙ୍କୁ ନିଜ କାର ଯୋଗେ ବ୍ରହ୍ମପୁର ମେଡିକାଲ ରେ ଭର୍ତି କରିଥିଲେ

ad-week
Leave A Reply

Your email address will not be published.