
ଫୁଲବାଣୀ : ଜିଲ୍ଳା କଂଗ୍ରେସ କମିଟି ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ନେତାଜୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଏ ଆଇ ଏମ ସି ଏସ ଶ୍ରୀମତୀ ସସ୍ମିତା ବେହେରା ଉପସ୍ଥିତ ରହି କହିଲେ ଯେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟବାସୀଙ୍କ ନିକଟରେ ଏହି ଇସ୍ତାହାର ଘୋଷଣା ସହିତ ଦୃଢ଼ ସଂକଳ୍ପ ରଖିଛି ଯେ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ ସରକାର ଗଠନ ହେବାର ପ୍ରଥମ ବାରିବର୍ଷ ମଧ୍ୟରେ ବିଭିନ୍ନ କାର୍ଯ୍ୟ କାର୍ଯ୍ୟକାରୀ କରିବ ।କୃଷି ଓ କୃଷକ ନିମନ୍ତେ ସମସ୍ତ କୃଷିଋଣ ଛାଡ଼ କରାଯିବ ।
ପ୍ରତି (PACS) ପ୍ରାଥମିକ ସମବାୟ କେନ୍ଦ୍ରରେ ସମସ୍ତ ଧାନ ସରକାରଙ୍କ ଦ୍ୱାରା ସରକାରୀ ଧାର୍ଯ୍ୟ ଦରରେ କିଣାଯାଇ ରଖାଯିବ ଓ ଧାନ କ୍ୟୁଣ୍ଟାଲ ପିଛା ୩ ହଜାର ଟଙ୍କା ଦିଆଯିବ ।
ରାଜ୍ୟରେ ଥିବା ସମସ୍ତ ଚାଷଜମିର ୭୫% ଜମିକୁ ଖରିଫ ଓ ଗଳିରେ ଏବଂ ୨୫% ଚାଷ ଜମିକୁ ଗ୍ରୀଷ୍ମକାଳୀନ ଚାଷପାଇଁ ଜଳସେଚନ ୫ ବର୍ଷରେ ଯୋଗାଇ ଦିଆଯିବ ।
ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର, ଧାନ ଜଳ, ଅଟାକଳ, ଡାଲିକଳ , ଶୀତଳୀକରଣ କେନ୍ଦ୍ର ଖୋଲାଯିବ ।କୃଷକ ପରିବାରର ଆୟ ୫ ବର୍ଷରେ ଦୁଇଗୁଣ ଅର୍ଥାତ ମାସିକ ୧୦ ହଜାର ଟଙ୍କାରୁ ଅଧିକ ନିଶ୍ଚିତ କରାଯିବ ।
ପ୍ରତ୍ୟେକ ପଞ୍ଚାୟତରେ ଗୋ-ସେବା କେନ୍ଦ୍ର ଖୋଲାଯାଇ ପଶୁ ଚିକିତ୍ସାର ବ୍ୟବସ୍ଥା କରାଯିବ ।
ଗୋବରଗ୍ୟାସ ପ୍ଲାଣ୍ଟ ନିର୍ମାଣ କରାଯାଇ ଲୋକଙ୍କୁ ଇନ୍ଧନଗ୍ୟାସ୍ ଯୋଗାଯିବା ସହିତ ସବୁଜ ଖତ ପ୍ରସ୍ତୁତ ଓ ବିକ୍ରୟ ହେବ । ଓମ୍ଫେଡ ଦ୍ୱାରା ସମସ୍ତ କ୍ଷୀର ଖର୍ଦ୍ଦି ଓ ଯୋଗାଣ କରାଯିବ ।
୬୦ ବର୍ଷରୁ ଉର୍ଦ୍ଧ୍ଵ କୃଷକମାନଙ୍କୁ ମାସିକ ୨୦୦୦ଟଙ୍କା ଭତ୍ତା ଦିଆଯିବ ଓ ୮୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ୩୦୦୦ ଟଙ୍କା ଦିଆଯିବ ।ରାଜ୍ୟରେ କୃଷି ବିଦ୍ୟାଳୟର ଖୋଲା ଯିବ lକୃଷି ଜଳସେଚନ ପାଇଁ ବିଦ୍ୟୁତ୍ ମାଗଣା (ପାଞ୍ଚବର୍ଷ ପାଇଁ) ଦିଆଯିବ ।ନଦୀ, ଶାଖାନଦୀ, ଉପନଦୀ ତଥା ପ୍ରାକୃତିକ ନାଳରେ ପ୍ରବାହିତ ଜଳକୁ ଅଟକାଯାଇ ଜଳସେଚନ ଓ ଭୂତଳ ଜଳଧାରଣ କ୍ଷମତା ବୃଦ୍ଧି ନିଶ୍ଚିତ କରାଯିବ । ସମସ୍ତ କୃଷି ମୁଲିଆ ( ୬୦ ବର୍ଷରୁ ଊର୍ଦ୍ଧ୍ବ )ଙ୍କୁ ମାସିକ ୨୦୦୦ଟଙ୍କା ଭତ୍ତା ଦିଆଯିବ ।ସୋଲାର ପମ୍ପ ପାଇଁ ଚା ଷୀଙ୍କୁ ୯୦% ରିହାତି ଦିଆଯିବ । ପଶୁଙ୍କ ଦ୍ଵାରା ଫସଲ ନଷ୍ଟହେଲେ ଏକର ପ୍ରତି ୧ ୦ହଜାର ଟଙ୍କା କ୍ଷତିପୂରଣ ଦିଆଯିବ l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜୟନ୍ତୀ ପ୍ରଧାନ, ଡି ସି ସି ଉପ ସଭାପତି ହେମନ୍ତ କର, ଶ୍ରମିକ ନେତା ଘନ ଶବର, ସୂର୍ଯ୍ୟ କାନ୍ତ ଦାସ, ଆଇନଜିବି ତଥା ଡ଼ି ସିସି ଉପସଭାପତି ରଜତ କୁମାର ମହାନ୍ତି, ଡି ସିସି ସାଧାରଣ ସମ୍ପାଦକ ସରୋଜ କୁମାର ପ୍ରଧାନ ମିଡିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ସଞ୍ଜୟ କୁମାର କହଁର,ସଂସାର ଭୋଇ, ଫୁଲବାଣୀ ବ୍ଳକ ସଭାପତି ପ୍ରତିଭା କହଁର, ଶିବ ଶଙ୍କର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l