୧୦,୮୦୦ ବୋତଲ କଫସିରଫ ଜବତ, ୨୬ ଯୁବକ ଗିରଫ

Independence

ସମ୍ବଲପୁର: ସଦର ଥାନା ପୁଲିସ ବିପୁଳ ପରିମାଣର କଫ୍‌ ସିରପ୍ ଜବତ କରିଛି। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ଦୁଇଟ୍‌ ଅଟୋ ଓ ଦୁଇଟ୍‌ ବାଇକ୍‌ ଜବତ କରିଛି।
ପୁଲିସ କହିଛି ଅଭିଯୁକ୍ତମାନେ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ନିବାସୀ। ସେମାନେ ହେଲେ ସୁବଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳର ତନ୍ମୟ ବାଗ (୨୩) ରାହୁଲ ଦେହୁରୀ (୧୯)। ବରଗଡ଼ ଜିଲ୍ଲା ଟାଉନ ଥାନା ଅଞ୍ଚଳର ନରସିଂହ ତରାଇ (୨୮), ଅତାବିରା ଥାନା ଅଞ୍ଚଳର ପ୍ରଫୁଲ୍ଲ ରଣା (୨୮)। ସମ୍ବଲପୁର ଜିଲ୍ଲାର ଅଭିଯୁକ୍ତମାନେ ହେଲେ ସୁଶାନ୍ତ ନାଗ (୩୪), କରଣ ନିଆଳ (୨୧), ରାଜାବାବୁ ସାହା (୨୨), ଗଣେଶ ବର୍ମନ (୨୨), ତୁସିଫ ଆକ୍ରମ (୩୩), ମହମ୍ମଦ ସାକିର (୩୫), ଭବାନୀ ଶଙ୍କର ତରାସିଆ (୨୪), ମନୀଷ ସାହୁ (୨୭), ନିଗମ ସୁନା (୨୩), ଶ୍ୟାମ ତାଣ୍ଡି (୩୦), କେ ସୁଜିତ (୨୩), ସୁମନ ରନବିଡ଼ା (୨୪), କୁଦାର୍ଥ ମହାନନ୍ଦ (୪୦), ଲବ ସେନ୍ଦରିଆ (୩୨), ମହମ୍ମଦ ଚାନ୍ଦ (୨୪), ମହମ୍ମଦ ସରଫରାଜ (୨୮), ଏସ୍‌କେ ସବିର (୩୫), ଦେବ ଓରାମ (୨୦), ଅବଦୁଲ କଲିମ (୨୮), ସକୀର୍ତ୍ତନ ମୁଣ୍ଡା (୨୯), ସଂକେତ ମିଶ୍ର (୨୩) ଓ ଶିବାଜୀ ସାହାଣୀ (୨୬)।
ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଭିଯୁକ୍ତମାନେ କୋଲକାତାରୁ କଫସିରଫ ଆଣି ଚାଲାଣ କରୁଥିଲେ। କଫସିରଫକୁ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳକୁ ଚାଲାଣ କରୁଥିଲେ।

ad-week
Leave A Reply

Your email address will not be published.