କର୍ଣ୍ଣାଟକା କଂଗ୍ରେସରେ ବିଦ୍ରୋହ, ପାର୍ଟି ଛାଡ଼ିବାକୁ ଧମକ ଦେଲେ ୭ ବିଧାୟକ

add-all

ପରିବାରବାଦକୁ ନେଇ କର୍ଣ୍ଣାଟକା କଂଗ୍ରେସରେ ଦେଖାଦେଇଛି ସାଂଘାତିକ ଝଡ଼ । ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ୭ ବିଧାୟକ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। ଏଥିସହ ଆମେ ଗୋଟିଏ ପରିବାରର ଚାକର ହୋଇ ପାରିବୁନି ବୋଲି ସେମାନେ ଖୋଲାଖୋଲି ଭାବେ କହିଛନ୍ତି ।

ଗତ ୨୧ ତାରିଖରେ କଂଗ୍ରେସ ନିଜର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଥିଲା। ସେଥିରେ କର୍ଣ୍ଣାଟକାର ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ ପ୍ରାର୍ଥୀମାନଙ୍କ ମଦ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ଜ୍ୱାଇଁଙ୍କ ସମତେ ଆଉ ୫ ମନ୍ତ୍ରୀଙ୍କ ପିଲାମାନଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଏହାକୁ ନେଇ ଦଳରେ ବିଦ୍ରୋହ ଦେଖାଦେଇଛି।

ମୁଖ୍ୟତଃ କୋଲାର ବିଧାନସଭା ଆସନ ପାଇଁ ଦଳ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେଏଚ୍‌ ମୁନିୟାପ୍ପାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦେବା ପରେ ବିବାଦ ଘନୀଭୂତ ହେବାରେ ଲାଗିଲା। ଏହାକୁ ନେଇ କର୍ଣ୍ଣାଟକା ବିଧାନସଭାର ୫ ବିଧାୟକ ଓ ବିଧାନ ପରିଷଦର ୨ ବିଧାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠିରେ ଥିବା କର୍ଣ୍ଣାଟକାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଏମ୍‌ସି ସୁଧାକର କହିଛନ୍ତି, ଆମେମାନେ ମୁନିୟାପ୍ପାଙ୍କ ପରିବାରର ଚାକର ହୋଇ ପାରିବୁନି । କାରଣ ପାର୍ଟି କେବଳ ପରିବାର ମଧ୍ୟରେ ଟିକେଟ ବିତରଣ କରୁଛି।

ଏନେଇ ସେମାନେ ପାର୍ଟି ହାଇକମାଣ୍ଡଙ୍କୁ ନିଜ ଅସନ୍ତୋଷ ସମ୍ପର୍କରେ ଜଣାଇବା ସହ ପାର୍ଟିରୁ ଇସ୍ତଫା ଦେବା ପାଇଁ ଧମକ ବି ଦେଇଛନ୍ତି। ପାର୍ଟି ହାଇକମାଣ୍ଡ ସବୁ ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଏହାର ସମାଧାନ ପାଇଁ ତତ୍ପର ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବେ, ନିଜ ପରିବାରର ଜଣେ ସଦସ୍ୟଙ୍କୁ କୋଲାର ଟିକେଟ ମିଳୁ ବୋଲି କେଏଚ୍‌ ମୁନିୟାପ୍ପା ପ୍ରକାଶ କରିଥିଲେ। ମାତ୍ର କିଛି ଗୋଷ୍ଠି ଉକ୍ତ ଆସନ ନିମନ୍ତେ ରାଜ୍ୟସଭା ଏମ୍‌ପି ଏଲ୍‌. ହମୁମାନ୍ଥିଆଙ୍କୁ ସମର୍ଥନ ଜଣାଉଥିଲେ। ମାତ୍ର ଶେଷରେ ପାର୍ଟି ପକ୍ଷରୁ ମୁନିୟାପ୍ପାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ପ୍ରଦାନ କରାଯିବାରୁ ଏହାକୁ ନେଇ ପାର୍ଟିରେ ଫାଟ ସୃଷ୍ଟି ହୋଇଛି। କର୍ଣ୍ଣାଟକାରେ ଆସନ୍ତା ଏପ୍ରିଲ ୨୬ ଓ ମେ’ ୭ ତାରିଖରେ ମତଦାନ ହେବ ।

ad-week
Leave A Reply

Your email address will not be published.