କଂଗ୍ରେସର ସୁପ୍ରିୟା ଓ ବିଜେପିର ଦିଲୀପଙ୍କୁ ଇସି ନୋଟିସ

add-all

ଭାରତୀୟ ନିର୍ବାଚନ କମିଶନ ଆଜି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୁପ୍ରିୟା ବିଜେପିର ମଣ୍ଡି ଲୋକସଭା ଆସନର ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଉଭୟଙ୍କୁ ଇସିଆଇ ନୋଟିସ ପଠାଇଛନ୍ତି।

ନୋଟିସରେ କୁହାଯାଇଛି ଯେ କମେଣ୍ଟଗୁଡ଼ିକୁ ବେଶ ସତର୍କତାର ସହ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ମନ୍ତବ୍ୟ ଦ୍ୱୟ ଅତନ୍ତ ମର୍ଯ୍ୟାଦାହୀନ ଓ ଖରାପ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ପ୍ରାଥମିକ ଭାବେ ଏହା ଦେଶରେ ଲାଗୁ ହୋଇଥିବା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ହୃଦୟଙ୍ଗମ ହେଉଛି। ତେଣୁ ଦୁଇ ରାଜନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ସୁପ୍ରିୟା ଓ ଦିଲୀପ ନୋଟିସର ଜବାବ ଦେଇ, କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କହିବେ। ଯଦି ଏହାର ଜବାବ ନ ମିଳିବ, ତା’ହେଲେ ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ନୋଟିସରେ କୁହାଯାଇଛି।

ସୁପ୍ରିୟା ଶ୍ରୀନେତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଙ୍ଗନା ରାନାୱତଙ୍କ ଗୋଟିଏ ବୋଲ୍ଡ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଆପତ୍ତିଜନକ ଲେଖିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ବଢ଼ିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ ଓ ତାଙ୍କ ଆକାଉଣ୍ଟରୁ ଆଉ କେହି ଏମିତି ପୋଷ୍ଟ କରିଥିବା ସଫେଇ ଦେଇଥିଲେ। 

ଅନ୍ୟପକ୍ଷୀ ଦିଲୀପ ଘୋଷ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଦିଦି ପ୍ରଥମେ ତାଙ୍କ ବାପା କିଏ, ତା’ର ନିଷ୍ପତ୍ତି ନିଅନ୍ତୁ ବୋଲି ସେ କଟାକ୍ଷ କରି କହିଥିଲେ। 

ad-week
Leave A Reply

Your email address will not be published.