ଟଙ୍କା ଗଦାରେ ଶୋଇଛନ୍ତି ରାଜନେତା, ଫଟୋ ହେଲା ଭାଇରାଲ୍‌

add-all

ଲୋକସଭା ନିର୍ବାଚନ ପୂର୍ବରୁ ଆସାମର ଜଣେ ରାଜନେତାଙ୍କ ଅଜବ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ରାଜନେତା ଜଣଙ୍କ ଟଙ୍କା ଗଦାରେ ଶୋଇଛନ୍ତି।

ତାଙ୍କ ଉପରେ ମଧ୍ୟ କିଛି ୫୦୦ ଟଙ୍କିଆ ନୋଟ୍‌ ପଡ଼ିଛି। ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବା ନେତା ଜଣଙ୍କ ହେଲେ ଉଦଲଗିରି ଜିଲ୍ଲା ଭାଇରାଗୁରିର ଗାଁ ପରିଷଦ ବିକାଶ କମିଟି ଅଧ୍ୟକ୍ଷ ବେଞ୍ଜାମିନ ବାସୁମାତ୍ରୟ। ସେ ଗୋଟିଏ ବେଡ୍‌ରେ ଶୋଇଥିବା ବେଳେ ତାଙ୍କ ଦେହ ଓ ଚାରିପାଖରେ କେବଳ ୫୦୦ ଟଙ୍କିଆ ନୋଟ ପଡ଼ି ରହିଛି।

ଏହି ବୋଡୋଲ୍ୟାଣ୍ଡ ନେତା ଜଣଙ୍କ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଫସିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ନିଯୁକ୍ତ ଯୋଜନାରେ ସେ ଫେର କରିଥିବା କୁହାଯାଇଛି। ସେ ଆବାସ ଯୋଜନା ଓ ମନରେଗା ଯୋଜନାରେ ଗିରବ ଲୋକଙ୍କୁ ସହାୟତା କରିବା ପାଇଁ ବ୍ୟାପକ ଲାଞ୍ଚ ନେଇଛନ୍ତି।

ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି। ବେଞ୍ଜାମିନ କ’ଣ ୟୁପିପିଏଲର ସଦସ୍ୟ ବୋଲି ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। କାରଣ ୟୁପିପିଏଲ ସବୁବେଳେ ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇ ଚାଲିଛି।

ବିବାଦ ବଢ଼ୁଥିବାରୁ ୟୁପିପିଏଲର ମୁଖ୍ୟ ତଥା ବିଟିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୋଦ ବୋରୋ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ବେଞ୍ଜାମିନ ଦଳ ସହ ଆଉ କୌଣସି ସମ୍ପର୍କ ରଖି ନଥିବା ସେ କହିଛନ୍ତି।

ପ୍ରମୋଦ କହିଛନ୍ତି, “ବେଞ୍ଜାମିନଙ୍କ ଗୋଟିଏ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ ଏଠାରେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ବେଞ୍ଜାମିନ ଆଉ କୌଣସି ପ୍ରକାରରେ ୟୁପିପିଏଲ ସହ ଜଡ଼ିତ ନାହାନ୍ତି।

୨୦୨୪ ଜାନୁଆରୀ ୧୦ରୁ ସେ ଦଳରୁ ନିଲମ୍ବିତ ହୋଇ ସାରିଛନ୍ତି। ୨୦୨୪ ଜାନୁଆରୀ ୫ରେ ତାଙ୍କ ବିରୋଧରେ ହରିସିଂହା ବ୍ଲକ କମିଟି ପକ୍ଷରୁ ଗୋଟିଏ ଚିଠି ଆମ ପାଖକୁ ଆସିଥିଲେ। ଏହି ଚିଠି ପାଇବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାବାଦ ବିଟିସି ସରକାର ତାଙ୍କୁ ୧୦ ଫେବୃଆରୀରେ ଭିସିଡିସି ପଦରୁ ମଧ୍ୟ ହଟାଇ ଦେଇଛି। ତେଣୁ କେହି ବି ବେଞ୍ଜିମିନଙ୍କୁ ୟୁପିପିଏଲ ସହ ଯୋଡ଼ନ୍ତୁ ନାହିଁ। ତାଙ୍କ କାମ ପାଇଁ ସେ ହିଁ ଦାୟୀ। ଏହା ସହ ଦଳର କୌଣସି ପ୍ରକାରର ସମ୍ପର୍କ ନାହିଁ।”

ad-week
Leave A Reply

Your email address will not be published.