ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ଓ ନୂତନ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା : ଶତାଧିକ କର୍ମୀ ଦଳରେ ସାମିଲ

add-all

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଶିଶୁ ଅଦାଲତ ପଛ ପଟେ ନୂତନ ଭାବେ ନିର୍ମିତ ହୋଇଥିବା ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା କଂଗ୍ରେସ ର ନୁତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଚନ୍ଦ୍ର ଶେଖର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତିଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜାକବ ପ୍ରଧାନ, ଅଜୟନ୍ତୀ ପ୍ରଧାନ, ଜିଲ୍ଳା ସମ୍ପାଦକ ବିଜୟ କୁମାର ମହାନ୍ତି, ଶ୍ରମିକ ନେତା ଘନ ଶବର,ପୂର୍ବତନ ସାଂସଦ ରାଧା କାନ୍ତ ଦିଗାଲ, ପ୍ରମୂଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ଉପସଭାପତି ତଥା ଆଇନଜିବି ରଜତ କୁମାର ମହାନ୍ତି, ସରୋଜ ପ୍ରଧାନ, ବଳଦେବ ବେହେରା,ଗୌର ଚରଣ ବେହେରା,ହେମନ୍ତ କର, ସଂସାର ଭୋଇ,ମିଡିଆ ସମ୍ପାଦକ ବସନ୍ତ କୁମାର ପାଢ଼ୀ, ନଗର ସଭାପତି ଶିବଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବ୍ଳକରୁ ଅଧ୍ୟକ୍ଷ ଓ ସଭାପତି ମାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ l ଏଥି ସହିତ ବିରଞ୍ଚି ମହାନ୍ତି,ଅରୁଣ ଗୌଡ,ତୁମୁଡ଼ିବନ୍ଧ ଓ ଫିରିଙ୍ଗିଆ ଅଞ୍ଚଳର ବହୁ ସଂଖ୍ୟକ ଜନ ସାଧାରଣ ବିଭିନ୍ନ ଦଳରୁ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି l ଏହି ଅବସରରେ ନୂତନ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l

ad-week
Leave A Reply

Your email address will not be published.