
ଛତ୍ରପୁର : ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ସୁବାସ ଚନ୍ଦ୍ର ବେହେରାଙ୍କୁ ଦଳୀୟ ଟିକେଟ ଘୋଷଣା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି । ଛତ୍ରପୁର ସ୍ଥିତ ଲୋୟାର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାଣ ଫୁଟାଇ ମିଠା ବାଣ୍ଟି ଦଳୀୟ ନେତା ଓ କର୍ମୀ ମାନେ ଖୁସି ମନାଇଛନ୍ତି । ସୂଚନା ଥାଉ କି, ଗତ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାୟକ ଭାବେ ସୁବାସ ଚନ୍ଦ୍ର ବେହେରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ରହି ଆସିଛନ୍ତି । ଏଣୁ ତାଙ୍କ ଉପରେ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ପ୍ରଦାନ କରିଛନ୍ତି ବୋଲି ଦଳୀୟ ନେତା ଓ କର୍ମୀ ମାନେ କହିଛନ୍ତି । ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୁ ଜନତା ଦଳକୁ ଭୋଟ ଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ଛତ୍ରପୁର ବିଧାନସଭାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ବିଧାୟକ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ , ରଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଗଂଜାମ ଜିଲ୍ଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଜଣାଇଛନ୍ତି । ଏହିଅବସରରେ ଛତ୍ରପୁର ବିଧାୟକ ଶ୍ରୀ ବେହେରାଙ୍କ ସହ ଛତ୍ରପୁର ପୈାରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଗଂଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବନେତା ସୁଧିର କୁମାର ପାଢୀ, ଏସ.ଚକ୍ରପାଣି ରେଡ୍ଡୀ, କାଉନସିଲର ଦେବାଶିଷ ମିଶ୍ର, କାଳିଆ ନାହାକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧୀକ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।