ବିଶ୍ଵ ନାଟ୍ୟ ଦିବସରେଅମିୟ ମହାନ୍ତି ସମ୍ବର୍ଦ୍ଧିତ…

add-all

ଫୁଲବାଣୀ : କନ୍ଧମାଳର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ତରଫରୁ “ବିଶ୍ୱ ନାଟ୍ୟ ଦିବସ” ଅବସରରେ ବିଶିଷ୍ଟ ମଞ୍ଚ ଅଭିନେତା ତଥା ନାଟ୍ଯ ନିର୍ଦ୍ଦେଶକ ଶ୍ରୀ ଅମୀୟ କୁମାର ମହାନ୍ତିଙ୍କୁ “ଏମ୍‌ କେ ଏସ୍‌ ପି ନାଟ୍ୟ ସମ୍ମାନ” ପ୍ରଦାନ କରାଯାଇଛି।ଶ୍ରୀ ମହାନ୍ତି ନିଜର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଯୁବ ପିଢ଼ିଙ୍କ ମଧ୍ୟରେ ପ୍ରେରଣାର ଉତ୍ସ। ଏଣୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ଶ୍ରୀ ମହାନ୍ତିଙ୍କ ଅସୁସ୍ଥତା ହେତୁ ଏମ୍‌ କେ ଏସ୍‌ ପି ର କର୍ମକର୍ତ୍ତା ଓ ସାମ୍ବାଦିକ ଅଶୋକ ମହାନ୍ତି ଶ୍ରୀଯୁକ୍ତ ମହାନ୍ତିଙ୍କ ବାସଗୃହକୁ ଯାଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଏମ୍‌ କେ ଏସ୍‌ ପି ସଭାପତି ବିଜୟକୃଷ୍ଣ ପଟ୍ଟନାୟକ, ସଂପାଦକ ଶରତଚନ୍ଦ୍ର ସାହୁ,ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ ଦାସ୍‌, କୋଷାଧ୍ୟକ୍ଷ କିଶୋର ମିଶ୍ର, ପାଠାଗାର ସଂମ୍ପାଦକ ବିପିନ୍‌ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.