ରେଭିନ୍ୟୁ ସୁପରଭାଇଜରଙ୍କ ପାଇଁ ଲାଞ୍ଚ ଗ୍ରହଣ କରୁଥିଲେ ଅବସରପ୍ରାପ୍ତ ଅମୀନ, ଧରିଲା ଭିଜିଲାନ୍ସ

add-all

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସର ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ। ସେ ଏବେ ପାରାଦୀପ ସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କ୍ୟାମ୍ପ ଅଫିସରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ କ୍ଷୀରୋଦ ରଥ ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। କ୍ଷୀରୋଦ ଜଣେ ବରିଷ୍ଠ ଅମୀନ, ଯିଏ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ପାରାଦୀପ ସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କ୍ୟାମ୍ପ ଅଫିସରେ ତାଙ୍କୁ Arcelor Mittal/ Nippon Steel India ପକ୍ଷରୁ ନିଯୁକ୍ତ କରାଯାଇଛି।
ଜଣେ ବ୍ୟକ୍ତିଙ୍କୁ ଜମି ଅଧିଗ୍ରହଣ ବାବଦ ଅର୍ଥ ଦେବା ପାଇଁ ଓ ତତ୍‌ ସଂପର୍କିତ କାମ କରି ଦେବା ପାଇଁ ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ ଲାଞ୍ଚ ମାଗିଥିଲେ। ଗଣେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗକାରୀଙ୍କଠାରୁ ଆଜି ବରିଷ୍ଠ ଅମୀନ କ୍ଷୀରୋଦ ରଥ ୪୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ପରେ ତାଙ୍କୁ ଓ ଗଣେଶ ମଲ୍ଲିକଙ୍କୁ ଗିରଫ କରିଥିଲେ ଭିଜିଲାନ୍ସ ଅଧିକାରୀ।
ଭିଜିଲାନ୍ସ ପକ୍ଷରୁ ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ ଓ କ୍ଷୀରୋଦ ରଥଙ୍କ ଗୋଟିଏ ଲେଖାଏଁ ଠିକଣାରେ ଚଢ଼ାଉ କରାଯାଇଛି। ଉଭୟ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ad-week
Leave A Reply

Your email address will not be published.