
ହିଞ୍ଜିଳିକାଟୁ ୨୮/୩ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ତରଫରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜେଡିର କାର୍ଯ୍ୟାଳୟ ଗୃହରେ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜେଡ଼ି ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଗାମୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଈଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଆମ ନିର୍ବାଚନ ମଣ୍ଡଳୀ ରୁ ସୁଯୋଗ ଦେଇଥିବାରୁ ସମସ୍ତ କର୍ମୀ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଏଣୁ ସମସ୍ତ ବିଜେଡି କର୍ମୀମାନଙ୍କୁ ଏହାର ସୁଯୋଗ ନେଇ ପୁଣି ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପୁଣି ହିଞ୍ଜିଳି ରୁ ମୁଖ୍ୟମନ୍ତ୍ରୀ ଙ୍କୁ ବିପୁଳ ପରିମାଣରେ ଭୋଟ ଦେବାକୁ ନିବେଦନ କରିଛନ୍ତି।ଉକ୍ତ ସଭାରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, କୃଷି ଜୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ବରିଷ୍ଠ ବିଜେଡି ନେତା ଡି ବିଶ୍ଵନାଥ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ଵତୀ ସେଠି, ଶେରଗଡ଼ ବ୍ଳକ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ପୌରପରିଷଦ ଛାତ୍ର ସଭାପତି ସୈମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ଚେୟାରମେନ ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ର, ସଵିତା ଚୈ।ଧୁରୀ,ମସୁଂରି ସ୍ଵାଇଁ,ଜିଆ ମହାରଣା ପ୍ରମୁଖଙ୍କ ସହ ବ୍ଲକର ବିଜେଡି ପଦାଧିକାରୀ ଓ ପୌରପରିଷଦ ର ପଦାଧିକାରୀ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରିତୀ ସାହୁ ତଥା ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ।